-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
04-Jul-2021
କଣ୍ଟାବାଞ୍ଜି:(ପ୍ରେରଣା ଖବର ବ୍ୟୁରୋ) :କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ୭୨ତମ ବନମହୋତ୍ସବର ଚତୁର୍ଥ ଦିନ ବଡଡକଲା ପଞ୍ଚାୟତର ଡମନିଚୁଆଁ ଗ୍ରାମରେ ପାଳିତ ହୋଇଥିଲା।ଏହି ଅବସରରେ ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟଅତିଥି, ସମିତି ସଭ୍ୟ କୌଶିକ ମେହେର ସମ୍ମାନିତ ଅତିଥି, ପ୍ରକୃତିବନ୍ଧୁ ତଥା ଜୁନିଅର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଗୋଷ୍ଠୀ ସହଭାଗିତାରେହିଁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ସଂରକ୍ଷଣ କରାଯାଇପାରିବ ବୋଲି ସଭାରେ ଉପସ୍ଥିତ ଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।ସଭା ପରିଚାଳନା ଫରେଷ୍ଟର ଘନଶ୍ୟାମ ପଶାୟତ କରିଥିଲେ ଓ ଫରେଷ୍ଟର ବିନୋଦ ବିହାରୀ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।ସଭାପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଓ ଖାଲି ପଡିଆରେ ଅତିଥି ମାନେ,ବନ ସୁରକ୍ଷା ସମିତିର ସଭ୍ୟବୃନ୍ଦ,ଗ୍ରାମବାସୀ, ସରପଞ୍ଚ ତଥା ଜଙ୍ଗଲ ବିଭାଗର କର୍ମଚାରୀ ବୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଡୋଳାମଣି ମହତ,ଲର୍କି ଫରେଷ୍ଟର ଆଦିତ୍ୟ
ପ୍ରସାଦ ମିଶ୍ର,ମହୁଲପାଟି ଫରେଷ୍ଟର ସତ୍ୟବାନ ମାଝୀ, ଫରେଷ୍ଟଗାର୍ଡ ରିତାଞ୍ଜଳି ନିଆଁଲ,ଚନ୍ଦ୍ରକାନ୍ତୀ ସୁନା,ଅଜିତ ବେହେରା, ପୀତାମ୍ବର ମାଝୀ,ପାରାସ୍କୁଆଡ କପିଳ ମାଝୀ, କେଶବ ନାଗ,ରାମ ମାଝୀ, ପ୍ରଶାନ୍ତ ନାଏକ,ଧନେଶ୍ବର ମାଝୀ, ଜଳନ୍ଧର ବନଛ୍ଛୋର, ପରମାନନ୍ଦ ଭାଟି, ପୀତାମ୍ବର କୁମ୍ଭାର ଆଦି ସହଯୋଗ କରିଥିଲେ।