-+91-9937148622 |
prerana_bgr@rediffmail.com |
Sunday 23rd August 2026 |
R.N.I. Regd No. ODIODI/2010/46693
Breaking News
04-Jul-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗୀର ସଦର ସ୍ଥିତ ବେହେରାପଲି ଅଞ୍ଚଳର ଘଟି ଯାଇଛି ଏକ ଅଭାବନୀୟ ଘଟଣା l ଏହି ପଡ଼ାର ମଣ୍ଡୁ ନନ୍ଦ ନାମକ ଜଣେ ବ୍ୟକ୍ତି ନ୍ୟାୟ ପାଇଁ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଅଭିଯୋଗ ମତେ, ମଣ୍ଡୁଙ୍କ ପଡୋଶୀ ଥିବା କିଛି ଲୋକଙ୍କ ଘରକୁ ଯିବା ଆସିବା ପାଇଁ ରାସ୍ତା ନ ଥିବାରୁ ମଣ୍ଡୁ ଙ୍କ ଘର ବଳ ପ୍ରୟୋଗ କରି ଭାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ମଣ୍ଡୁ ପ୍ରଥମେ ଥାନାରେ ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ପରିଶେଷରେ ଆଜି ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ।