-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
27-Oct-2020
ପାକିସ୍ତାନ ପେଶାୱାର ଠାରେ ଥିବା ଏକ ମଦ୍ରାସାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଖବର ଅନୁସାରେ, ଏହି ଘଟଣାରେ ପାଖାପାଖି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି। ପେଶାୱାର ଏକ କଲୋନୀରେ ଥିବା ମଦ୍ରାସାରେ ଏହି ବିସ୍ଫୋରଣ ଘଟିଥିଲା। ସ୍ଥାନୀୟ ପୋଲିସ କର୍ମଚାରୀ ରୟଟର୍ସକୁ ଦେଇଥିବା ସୂଚନା ମୁତାବକ, କେହି ଜଣେ ଅଜଣା ବ୍ୟକ୍ତି ବିସ୍ଫୋରକ ଥିବା ଏକ ପ୍ଲାଷ୍ଟିକ ବ୍ୟାଗ୍ ଆଣି ମଦ୍ରାସାରେ ରଖିଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ହୋଇଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଥିବା ପୋଲିସ କର୍ମଚାରୀ ଜଣକ ସୁଚନା ଦେଇଛନ୍ତି!!ଆହତଙ୍କ ସମ୍ପର୍କରେ ସୂଚନା ଦେଇ ନିକଟସ୍ତ ଲେଡି ରିଡିଂ ହସ୍ପିଟାଲର ପ୍ରବକ୍ତା କହିଛନ୍ତି ଯେ ତାଙ୍କ ତାଙ୍କ ଡାକ୍ତରଖାନାକୁ ଏପର୍ଯ୍ୟନ୍ତ ୭ ଜଣ ମୃତ ବ୍ୟକ୍ତି ଓ ୭୦ ଆହତ ବ୍ୟକ୍ତି ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ହସ୍ପିଟାଲ୍ର ନିର୍ଦ୍ଦେଶକ ତାରିକ ବୁର୍କି କହିଛନ୍ତି, ମୃତକମାନଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି। ଜଣେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ମଦ୍ରାସା କେବଳ ବଡ଼ ପିଲାମାନଙ୍କ ପାଇଁ ଥିଲା। ସେଠାରେ ପିଲାମାନେ ପାଠ ପଢ଼ୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା!! *ପାକିସ୍ତାନ ମିଡିଆ The Dawn ର ରିପୋର୍ଟ ଅନୁସାରେ ବିସ୍ଫୋରଣ ପାଇଁ ଆଇଡି ବ୍ୟବହାର କରାଯାଇଥିଲା। ୫ କେଜିର ଆଇଡି ମଦ୍ରାସାରେ ରଖାଯାଇଥିଲା। କୋରାନ୍ କ୍ୱାସ୍ ଚାଲିଥିବା ବେଳେ ଜଣେ ବ୍ୟକ୍ତି ବିସ୍ଫୋରକ ଭର୍ତ୍ତି ବ୍ୟାଗ ଧରି ମଦ୍ରାସାରେ ପ୍ରବେଶ କରିଥିଲା ବୋଲି ବରିଷ୍ଠ ପୋଲିସ ଅଫିସର ୱାକର ଆଜିମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ ରବିବାର ମଧ୍ୟ ପଶ୍ଚିମ ପାକିସ୍ତାନରେ ବଲୁଚିସ୍ତାନ ପ୍ରଦେଶରେ ଏକ ବିସ୍ପୋରଣ ହୋଇଥିଲା। ଏଥିରେ ୩ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା!!*