-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
27-Oct-2020
ପାଟଣାଗଡ଼( ଗୋରେଖନାଥ ବରିହା) ଦେଶ ସ୍ବାଧୀନ ହେବାର ସାତ ଦଶନ୍ଧି ରୁ ଉର୍ଦ୍ଧ୍ବ ହୋଇଥିଲେ ମଧ୍ୟ ୨୦୧୧ ମସିହାରେ ହୋଇଥିବା ଅର୍ଥ ନୈତିକ ସର୍ଭେ ଅନୁସାରେ ନାଁ ନଥିବା ରୁ ଅନେକ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ସୁଚନା ଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତ ଖଲଖଲି ଓ ମଣ୍ଡଳ ପଞ୍ଚାୟତ ସର୍ଗିଗୁଡା ଗ୍ରାମ ର ଅଧିବାସୀ ଅନେକ ମୈ।ଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଓ ୨୦୧୧ ମସିହାରେ ହୋଇଥିବା ସାମାଜିକ ଅର୍ଥ ନୈତିକ ସର୍ଭେ (ଏସ୍ .ଇ. ସି .ସି) ଲିଷ୍ଟ ରୁଉକ୍ତ ଦୁଇ ଖଣ୍ଡ ଗ୍ରାମ କୁ ସମ୍ପଣ୍ଣ ଭାବେ ବାଦ୍ ଦିଆଯାଇଛି । ଯାହାଫଳରେ କି ଅତି ଗରିବ ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ବିଜୁପକାଘର ମୋ କୁଡିଆ ମୋବଗିଚା ରାସନ୍ କାର୍ଡ ଅନ୍ତୋଦୟ କାର୍ଡ ଗାଈଗୁହାଲ ଭଲି ଅନେକ ଯୋଜନା ରୁ ବଂଚିତ ହୋଇଛନ୍ତି । ଏହା ର ସମାଧାନ ଦାବି ନେଇ ଆଜି ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ଓ କୋଶଳ ରାଜ୍ୟ ସମ୍ବନିୟ ସମିତି ପାଟଣାଗଡ଼ ଶାଖା ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିର ରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟଳୟକୁ ପହଞ୍ଚି ।।୩ ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ କ୍ଷିରୋଦ୍ର କୁମାର ସାହୁ ଙ୍କୁ ପ୍ରଦାନ କରିଥିଲେ । ଖଲଖଲି ଗ୍ରାମ ରେ ଲାଗି ରହିଥିବା ପାନୀୟ ଜଳ ର ସମସ୍ୟାର ସୁବ୍ୟବସ୍ଥା ,ଟ୍ରିଷ୍ଟ ଲାଇଟ୍ ଲଗାଇବାର ବ୍ୟବସ୍ଥା କରିବାକୁ ଦାବି ପତ୍ର ଉଲ୍ଲେଖ ରହିଛି। ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ ଓ କୋଶଳ ରାଜ୍ୟ ସମ୍ବନିୟ ସମିତି ପାଟଣାଗଡ଼ ଶାଖା ଅଚ୍ୟୁତ ସିପୁନ ଖମାରି,ଷଷଚନ୍ଦ୍ର କାନ୍ତୀ ସେଠ ଙ୍କ ସମେତ ଅନ୍ୟ ସଦସ୍ୟ ମାନ ଙ୍କ ସହ ଶତାଧିକ ମହିଳା ପୁରୁଷ ।।ଉପସ୍ଥିତ ଥିଲେ ।।