-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
30-Jun-2021
ବଲାଙ୍ଗୀର(ପ୍ରେରଣା ଖବର) : ସାରା ବିଶ୍ୱକୁ ସବୁଜ ସୁନ୍ଦର କରିବାପାଇଁ ଆସନ୍ତାକାଲି ଠାରୁ ବନମହୋତ୍ସବ ପାଳିତ ହେବ।ଏହି ଅବସରରେ ବଲାଙ୍ଗୀର ଜୁନିଅର ରେଡକ୍ରସ ତରଫରୁ ଆଭାସି ଜରିଆରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ.ସତ୍ୟ ନାରାୟଣ ହୋତା, ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ, ପ୍ରକୃତିବନ୍ଧୁ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ, ପ୍ରକୃତିବନ୍ଧୁ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ରାମ ନାରାୟଣ ଦାଶ, ପ୍ରକୃତିବନ୍ଧୁ ସବିତା ଭୋଇ, ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ, ବ୍ଳକ ସଂଯୋଜକ ହେମନ୍ତ ବେମାଲ,ପ୍ରକାଶ ସାହୁ, ଚିନ୍ମୟ ବାଗ,ଚନ୍ଦ୍ରଶେଖର ସେଠ,ଦୀପକ କୁମ୍ଭାର, ଗୁରୁବାରୀ ପ୍ରଧାନ, କର୍ମ ପ୍ରଧାନ, କୁନ୍ତୀ ପ୍ରଧାନ, ରେଖା ମହାକୁଡ, ଅଳକା ପଣ୍ଡାଙ୍କ ସମେତ ୩୧ଜଣ ପ୍ରକୃତିପ୍ରେମୀ ଯୋଗ ଦେଇଥିଲେ ।ଗଛ ଲଗେଇ ଆମ ଗାଁ, ଜିଲ୍ଲା, ରାଜ୍ୟ, ଦେଶକୁ ସବୁଜ ସୁନ୍ଦର କରିବା ବୋଲି ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ କହିଥିଲେ।ଆଲୋଚନା ଚକ୍ରରେ ଡ.ସତ୍ୟ ନାରାୟଣ ହୋତା ଆଗାମୀ ବଂଶଧର ମାନଙ୍କ ପାଇଁ ଆମକୁ ଜଗିବାକୁ ପଡିବ ବୋଲି ମତ ବ୍ୟକ୍ତ କରିଥିଲେ । ଆମକୁ ସବୁଜ ସେନା ଭାବରେ କାମକରିବାକୁ ପଡିବ ଓ ଗଛ ଲଗେଇଲେହିଁ ଅମ୍ଳଜାନର ଅଭାବକୁ ଦୂରକରିପାରିବା ବୋଲି ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ କହିଥିଲେ।ଆମେ ଛାତ୍ରଛାତ୍ରୀ, ଗାଁ ଲୋକ ମାନଙ୍କ ସହିତ ଗଛ ଲଗେଇଲେ ନୂତନ ଜଙ୍ଗଲ ସୃଷ୍ଟି କରିପାରିବା ବୋଲି ପ୍ରକୃତିବନ୍ଧୁ ରାମ ନାରାୟଣ ଦାଶ କହିଥିଲେ।ପରିଶେଷରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣ କରିଥିବା ପ୍ରକୃତିପ୍ରେମୀ ଗୋଟିଏ ସପ୍ତାହ ବନ ମହୋତ୍ସବ ପାଳନ କରିବା ସହିତ ବର୍ଷା ମାସ ସାରା ଗଛ ଲଗେଇବାକୁ ଲୋକମାନଙ୍କୁ ସଚେତନ କରିବା ସହିତ ଗଛ ଲଗେଇବାକୁ ପ୍ରତିଶୃତି ଦେଇଥିଲେ।ପରିଶେଷରେ ପ୍ରକୃତିବନ୍ଧୁ ତଥା ଜନିୟର ରେଡକ୍ରସ ପରାମର୍ଶ ଦାତା ସବିତା ଭୋଇ ଜଣେ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗେଇବାକୁ ଅନୁରୋଧ କରିଥିଲେ ଓ ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।