-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
30-Jun-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ରକ୍ସା ଛକ ଠାରେ ବୀରମହାରାଜପୁର ପୁଲିସ ଚଢାଉକରି କଂଟେନର ସମେତ ବିୁଲ ମାତ୍ରରେ ଗଂଜେଇ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ସୂଚନା ଅନୁସାରେ ଆଜି ସକାଲୁ କଂଟାମାଲ ଅଂଚଲରୁ ଏକ କଂଟେନର ଜେଏଚ ୦୯ ଜେ୧୨୮୩ ରକ୍ସା ଛକ ଦେଇ ଝାରଖଣ୍ଡକୁ ଯାଉଥିଲା । ତେବେ କଂଟେନରରେ ଗଂଜେଇ ଚୋରାଚାଲାନ ହେଉଥିବା ନେଇ ବୀରମହାରାଜପୁର ପୁଲିସ କୌଣସି ସୁତ୍ରରୁ ଖବର ପାଇ ଉଲୁଣ୍ଡା ବ୍ଲକ ରକ୍ସା ଛକ ଠାରେ ଗାଡିକୁ ଅଟକାଇଥିଲେ । ସେଠାରେ ଗାଡିକୁ ଯାଂଚ କଲାପରେ ଗଂଜେଇଥିବା ଜଣାପଡିବା ପରେ ଗାଡି ସମେତ ଗଂଜେଇ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲେ । ପ୍ରାଥମିକ ତଦନ୍ତ କଲାପରେ ଝାରଖଣ୍ଡକୁ ଗଂଜେଇ ଚୋରା ଚାଲାନ ହେଉଥିବା ଜଣାପଡିଥିଲା । ଘଟଣା ସ୍ଥଲରେ ମାଜିଷ୍ଟେଟ ତଥା ଉଲୁଣ୍ଡା ତହସିଲଦାର ପୁର୍ଣ୍ଣଚନ୍ଦ୍ର ନାଏକ, ଏସଡିପିଓ ଡୋଲାମଣୀ ଭୋଇ, ଆଇଆଇସି ଅଂଜଲି କୁମ୍ଭାରଙ୍କ ଉପସ୍ଥିତିରେ ଗଂଜେଇ ଓଜନ କଲା ପରେ ପ୍ରାୟ ୧୫ କୁଇଂଟାଲ ହୋଇଥିବା ଜଣାପଡିଛି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।