-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
30-Jun-2021
ବିନିକା (ହିମାଂଶୁ ଶେଖର ପୁଟେଲ): ଦୁନିଆକୁ ଆହାର ଯୋଗାଉଥିବା ଚାଷୀଙ୍କ କାହୁଁ କେତେ ଯୋଜନା କରାଯାଉଥିବା କହୁଥିବା ବେଳେ ବର୍ତମାନ ଚାଷୀର ଦୁଃଖକୁ ସମାଧାନ କରିବାରେ ବିଫଳ ପ୍ରଶାସନକୁ ବିରୋଧ କରି ଧାରଣାରତ ଉତ୍ୟକ୍ତ ଚାଷୀ ଓ କଂଗ୍ରେସ କର୍ମୀ ମାନେ ବିନିକା ତହସିଲ ଅଫିସ ମୁଖ୍ୟ ଫାଟକ ଭିତରେ ଓ ବାହାରେ ଧାନ ବସ୍ତା ସବୁ ରଖି ତାଲା ଦେଇ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପରେ ଆଜି ବୁଧବାର ରାଜପଥକୁ ଓହ୍ଲାଇ ରାସ୍ତାରୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି l ଫଳରେ ବିନିକା ସହରର ଉଭୟ ପଟରେ ସହ ସହ ସଂଖ୍ୟାରେ ଗାଡିମଟର ଅଟକି ରହିଥିବା ଦେଖାଯାଇଛି l ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର କୁମାର ହୋତାଙ୍କ ନେତୃତ୍ୱରେ ଆଜି ସକାଳ ୭ଘଣ୍ଟାରୁ କଂଗ୍ରେସ କର୍ମୀ ମାନେ ବିଭିନ୍ନ ଛକରେ ରହି ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କଟୁ ମନ୍ତ୍ୟବ ଦେବା ସହ ସରକାର ବିରୋଧୀ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି l ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ସୁଦ୍ଧା ସମୟ ଦିଆ ଯାଇଥିଲେ ମଧ୍ୟ ଚାଷୀର ଦୁଃଖକୁ ସମାଧାନ ପାଇଁ କେହି ଜଣେ ବି ପ୍ରଶାସନିକ ଅଧିକାରୀ ଆସିଲେ ନାହିଁ l ଯେଉଁ ମାନେ ବି ଆସିଥିଲେ କେବଳ ଲଲିପକ ଦେଇ ଧାରଣାକୁ ଭାଙ୍ଗି ନିଜର ବାହାଦୂରୀ ନେବା ସକାଶେ ଆସିଥିଲେ ବୋଲି କେତେକ ଚାଷୀ କହନ୍ତି l କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଥିବା ପ୍ରଶାସନର ନୀରବଦ୍ରଷ୍ଟାକୁ ଦଳ ତରଫରୁ ତୀବ୍ର ନିନ୍ଦା କରାଯାଇଛି l ପ୍ରକାଶ ଥାଉକି ଚାଷୀଙ୍କ ସହ କଂଗ୍ରେସ ଦଳର କର୍ମୀମାନେ ଧାନବିକ୍ରି ସମସ୍ୟା ନେଇ ବିନିକା ତହସିଲ କାର୍ଯ୍ୟାଳୟ ସମ୍ଭୂଖରେ ଗତ ୬ଦିନ ହେଲା ଧାରଣାରେ ବସିଥିବା ବେଳେ ଗତ ୨୫ତାରିଖ ଦିନ ଦଲ ତରଫରୁ ବିନିକା
ବନ୍ଦ ପାଳନ କରାଯାଇଥିଲା l ଫଳରେ ଏହି ସମସ୍ୟା ନେଇ ସବୁ ମହଲରେ ସମର୍ଥନ ମିଳିଥିଲା ତଥାପି ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି l ତେଣୁ ଆଗାମୀ ଦିନରେ ଚାଷୀ ଓ କଂଗ୍ରେସ କର୍ମୀଙ୍କ ମିଳିତ ଉଦ୍ୟମରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ଏବଂ ସେହି ସମୟରେ ଯାହାବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ସମ୍ପୂର୍ଣ ଭାବେ ଦାୟୀ ରହିବେ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି l