-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
30-Jun-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) : ପାଶ୍ଚାତ୍ୟ ସଂସ୍କୃତି କୁ ଅନୁସରଣ କରି ଖୁବ ଧୂମଧାମ ରେ ଓଡିଶା ବାସୀ ପାଳନ କରୁଛନ୍ତି ଜନ୍ମଦିନ | ଘରେ ହେଉନି ପିଠା, ଖିରି ପୂଜା | ଦାମିକା କେକ୍, ବେଲୁନ, ବାଣ କିଣା ହୋଇ ଘରେ ନୁହେଁ ବରଂ ହୋଟେଲ, ପାର୍କ ରେ ପାଳନ ହେଉଛି ଜନ୍ମ ଦିନ | ନୟାଗଡ ଜିଲ୍ଲା ଖଣ୍ଡପଡା କୋଭିଡ କେୟାର ରେ କାର୍ଯ୍ୟରତ ଫାର୍ମାସିଷ୍ଟ ବିଭୁ ପ୍ରସାଦ ପାତ୍ର ଗତକାଲି ତାଙ୍କର ଜନ୍ମ ଦିନ ପାଳନ କରିଥିଲେ ଏକ ଜରାନିବାସ ରେ | ଖଣ୍ଡପଡା ବ୍ଳକ ଅନ୍ତର୍ଗତ କୋଷକା ଗ୍ରାମ ପଞ୍ଚାୟତ ର "ନୀତ୍ବାଶା" ଜରାନିବାସ ରେ ପଂହଁଚି ଅସହାୟ ବୃଦ୍ଧବୃଦ୍ଧା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ | ସେମାନଙ୍କ ସହିତ ସମୟବିତାୟି ନିଜର ଜନ୍ମ ଦିନ ପାଳନ ର ବହୁତ ଖୁସି ଅନୁଭବ କରିଥିଲେ ବୋଲି ପ୍ରକାଶ କରିଛନ୍ତି | ଖଣ୍ଡପଡା କୋଭିଡକେୟାର ସେଣ୍ଟର ର ଚିକିତ୍ସାଧିକାରୀ ଡ଼ା. ପ୍ରଦୀପ କୁମାର ପାଇକ ରାୟ ଏହି ଭିନ୍ନ ଧରଣ ର ଜନ୍ମ ଦିନ ଉତ୍ସବ ରେ ଯୋଗଦେଇ ବିଭୁ ପ୍ରସାଦ ଙ୍କ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୁ ଭୁରି ପ୍ରଶଂସା କରିଥିଲେ |