-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Jun-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଅଲ ଇଣ୍ଡିଆ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆସନ୍ତା ମାସ ୭ ତାରିଖରୁ ଦଶ ଦିନିଆ ତୈଲଦର ବୃଦ୍ଧିକୁ ବିରୋଧ କରି ଦେଶବ୍ୟାପି ବିକ୍ଷୋପ ପ୍ରଦର୍ଶନ କରାଜିବ । ଏହାକୁ ଦୃଷ୍ଟିରେ ରଖି ଉଲୁଣ୍ଡା କଂଗ୍ରେସ ତରଫରୁ ପଂଚାୟତ ସମିତି ଡିଗ୍ରୀ କଲେଜ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କାହ୍ନୁଚରଣ ହାତୀଙ୍କ ଆବାହକତ୍ୱରେ ହୋଇଥିବା ଏହି ବୈଠକରେ ଜିଲ୍ଲା ସଂପାଦକ ପ୍ରଭୁଦତ ବସ୍ତୀଆ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତ୍ରିପୁରାରୀ ସେଠ୍, ସାରଦୁଲ ଗଡୁଆ, ଦସରଥ କ୍ଷେତୀ ଆଲୋଚନାରେ ଅଂଶଗ୍ରହଣ କରି ତୈଲଦର ବୃଦ୍ଧିକୁ ତୀବ୍ର ସମାଲୋଚନା କରିବା ସହ ୭ ତାରିଖରେ ହେବାକୁ ଥିବା ଅନ୍ଦୋଳନକୁ କିପରି ସଫଳ କରାଯିବ ସେ ନେଇ ଆଲୋଚନା କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ମହାକୁର, ରାମଚନ୍ଦ୍ର ବାରିକ, ହରିଶ୍ଚନ୍ଦ୍ର ପାତ୍ର, ଅନାଦି ହରିପାଲ, ଭୂବନେ ପଧାନ ପ୍ରମୁଖ ଯୋଗ ଦେଇଥିଲେ ।