-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
29-Jun-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ରହୁଥିବା ଅସହାୟ ପରିବାରକୁ ଏକ୍ସନ ଏଡ୍ର ସହାୟତା କ୍ରମେ ଉଲୁଣ୍ଡା ଯୁବମହାସଂଘର ସଦସ୍ୟ ମାନେ ଗାଁ ଗାଁ ଯାଇ ସୁଖିଲା ଖାଦ୍ୟ ବଂଟନ କରିଥିଲେ । ଏକ୍ସନ ଏଡ୍ର ଜାତୀୟ ସଂଯୋଜକ ଘାସିରାମ ପଣ୍ଡାଙ୍କ, ସମାଜସେବୀ ଗତିକୃଷ୍ଣ ମିଶ୍ର, ସ୍ୱାଧିନ ମେହେର, ଯୁବମହାସଂଘର ସଭାପତି ପ୍ରମୋଦ ପଧାନ ଗାଁ ଗାଁ ଯାଇ ୨୪ ଜଣ ଅଶହାୟ ପରିବାରକୁ ସୁଖିଲା ଖାଦ୍ୟ ବଂଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେଶ ରଂଜନ ପୁରୋହିତ, ମାନସ ସାହୁ, ଯୁବମହାସଂଘର ସଂପାଦକ ତଥାଗତ ମହାକୁର, ଇନ୍ଦ୍ରମଣୀ ପଧାନ, ଶମ୍ଭୂରାଜ କର୍ଣ୍ଣ, ଚିନ୍ତାମଣି ଆଚାର୍ଯ୍ୟ ପ୍ରମୁଖ ଖାଦ୍ୟ ବଂଟନରେ ସହଯୋଗ କରିଥିଲେ ।