-+91-9937148622 |

prerana_bgr@rediffmail.com |

  Wednesday 19th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   (18-Aug-2026)       ||      ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   (18-Aug-2026)       ||      ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   (18-Aug-2026)       ||      ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||     

HOME   ଜିଲ୍ଲା

ଜଙ୍ଗଲ ବିଭାଗର ଜଙ୍ଗଲରାଜ ବିରୁଦ୍ଧରେ ଆଦିବାସୀଙ୍କ ଗର୍ଜନ

29-Jun-2021



ବଲାଙ୍ଗିର,(ପ୍ରେରଣା ଖବର)- ଆଦିବାସୀମାନଙ୍କ ପ୍ରତି ଜଙ୍ଗଲ ବିଭାଗର ଅତ୍ୟାଚାର, ଦୈାରାମ୍ୟ, ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଦିବାସୀମାନଙ୍କ ଜଙ୍ଗଲ ଜମି ଅଧିକାର ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ଆଦିବାସୀମାନେ ଦାବି କରିଛନ୍ତି ଯେ ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାରୀ ସ୍ୱିକୃତି ଆଇନ ୨୦୦୮ ଅନୁସାରେ ଜଙ୍ଗଲ ଜମିର ସତ୍ତ୍ୱ ଅଧିକାର ପ୍ରଦାନ କରିବାରେ ଜଙ୍ଗଲ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଆଦିବାସୀମାନେ ୭୦ ବର୍ଷ ଆଗରୁ ୫ ରୁ ୧୦ ଏକର ଜଙ୍ଗଲ ଜମି ଅଧିକାର କରି ଚାଷବାସ କରି ଜିବିକା ଅର୍ଜନ କରୁଥିବା ବେଳେ ଜଙ୍ଗଲ ବିଭାଗର ମନମୁଖି କାର୍ଯ୍ୟ ଯୋଗୁଁ କେବଳ ୨/୩ ଏକର ଜମିର ପଟ୍ଟା ଦିଆଯାଉଛି । ଜଙ୍ଗଲ ବିଭାଗ ଯୁଗ୍ମ ତଦନ୍ତ ବେଳେ ସହଯୋଗ କରୁନାହିଁ । ଆଦିବାସୀମାନଙ୍କୁ ମିଥ୍ୟ ଜଙ୍ଗଲ କେସରେ ଫସାଇ ହଇରାଣ ହରକତ କରାଯାଉଛି । ବଲାଙ୍ଗିର ଡିଏଫ୍‌ଓଙ୍କ ଅଧିନସ୍ଥ ବନ୍ଧପଡା ଫରେଷ୍ଟର ଆଦିବାସୀମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକ୍କାଘର ନିର୍ମାଣ ବାବଦରେ ୩ହଜାର ରୁ ୪ହଜାର ଟଙ୍କା ଅସୁଲି କରୁଛି । ରସିଦ ଦେଉନାହିଁ । ରସିଦ ମାଗିଲେ ମୁଁ ଡିଏଫ୍‌ଓଙ୍କୁ କେତେ ଟଙ୍କା ଦେଇଛି ତୁମ ଜାଣିଛ କି ବୋଲି ଧମକାଉଛନ୍ତି । ଆଦିବାସୀମାନେ ଦିର୍ଘ ୩୦ବର୍ଷ ଆଗରୁ ଚାଷବାସ କରୁଥିବା ଜମିରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ବଳପୂର୍ବକ ଚାରା ରୋପଣ କରୁଛନ୍ତି । ଜଙ୍ଗଲ ଅଧିକାର ଆଇନ ଅନୁସାରେ ବ୍ୟକ୍ତିଗତ ଅଧିକାର ଫର୍ମରେ ହିତାଧିକାରୀମାନେ ଆବେଦନ କରି ପଲ୍ଲିସଭାରେ ପାସ ହୋଇ ଉପଖଣ୍ଡ ସ୍ତରୀୟ କମିଟିରୁ ଜିଲ୍ଲାସ୍ତରୀୟ କମିଟିରୁ ଆସିଥିôଲେ ମଧ୍ୟ ଡିଏଫ୍‌ଓଙ୍କ ଅଭିଯୋଗ ଯୋଗୁଁ ଆଦିବାସୀମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ମୁଳୁନାହିଁ । ଜଙ୍ଗଲ ବିଭାଗରେ ୨୦୧୬ ମସିହାରୁ କାର୍ଯ୍ୟରତ ଅସ୍ଥାୟୀ ଜଙ୍ଗଲ କର୍ମଚାରୀମାନଙ୍କୁ ଆଉଟସୋସିଂ ସଂସ୍ଥା ଇପିଏଫ୍‌, ଇଏସ୍‌ଆଇ, ଜିଏସ୍‌ଟି ଟଙ୍କା ପ୍ରଦାନ କରାଯାଉନାହିଁ । ଆଉଟସୋସିଂ ସଂସ୍ଥା ମାଧ୍ୟମରେ ନିଯୁକ୍ତି ହୋଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ଦିଆଯାଉନାହିଁ କିମ୍ବା ଇପିଏଫ୍‌, ଇଏସ୍‌ଆଇ ର ରସିଦ ଦିଆଯାଉନାହିଁ ।  ବଲାଙ୍ଗିର ଡିଏଫଓଙ୍କ ଇଙ୍ଗିତରେ ଏ ସବୁ ଅନିୟମିତତା ଏବଂ ଆଦିବାସୀମାନଙ୍କ ବିରୁଦ୍ଧରେ ଅତ୍ୟାଚାର ହେଉଛି । ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀ ଜଙ୍ଗଲ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି । ଏହି ମର୍ମରେ ଆଦିବାସୀମାଙ୍କ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ । ଆଦିବାସୀମାନଙ୍କ ଜମି ଅଣଆଦିବାସୀମାନଙ୍କୁ ହସ୍ତାନ୍ତର ପାଇଁ ଅନୁମତି ନ ଦେବା, ଉପଜିଲ୍ଲାପାଳମାନେ ବଦଳି ଏବଂ ରିଲିଫ ସମୟରେ ଲଞ୍ଚ ନେଇ ଜମି ପରମିଶନ ଦେଉଥିବାର ଅଭିଯୋଗ କରାଯାଇଥିଲା । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲପାଳ ପ୍ରତିଶୃତି ଦେଇଥିଲେ । ଏଟ୍ରୋସିଟି କେସର ପିଡିତ ଆଦିବାସୀମାନଙ୍କୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ପାସବହିରେ ଜମା କରିବାରେ ଜିଲ୍ଲା ମଙ୍ଗଲ ଅଧିକାରୀ ଅହେତୁକ ବିଳମ୍ବ କରୁଥିବା ରୁ ଏହାର ସମାଧାନ ପାଇଁ କଡା ନିର୍ଦ୍ଦେଶ ଦେବାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଆଜିର ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ସଂଘର ଜିଲ୍ଲା ଉପ-ସଭାପତି ଶ୍ୟାମ ସୁନ୍ଦର ଭୋଇ, ବନଲତା ମାଝି, ବ୍ଲକ ସଭାପତି ବଳଦେବ ଭୋଇ, ସନ୍ତୋଷ ପୁଟା, ଅଚ୍ୟୁତ ଧରୁଆ, ଘନଶ୍ୟାମ ପ୍ରଧାନି, ଆଦିବାସୀ ନେତା କୈଳାସ ପ୍ରଧାନୀ, ରାଜିବ କୁଅଁର, ଗିରିଧାରି ଭୋଇ, ନିରଞ୍ଜନ ମାଝି, ଭୁବନ ମାଝି, ପତରଙ୍ଗି ମାଝି, ଦୟାନିଧି ମାଝି, ଯଦୁ ବରିହା, ଧିନା ଭୋଇ, ନିଳାଦ୍ରି ଭୋଇ ପ୍ରମୁଖ ସାମିଲ ଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁମାନବ ଗଢ଼ିବାର ଶ୍ରେଷ୍ଠ ସମୟ ଛାତ୍ର ଜୀବନ: ନୀଳଜି ସରସ୍ବତୀ ଶିଶୁ ମନ୍ଦିରର ସ୍ୱାଧୀନତା ଦିବସ ପାଳନ ଅବସରରେ ରେ ବାର୍ତ୍ତା ଦେଲେ ମୁଖ୍ୟ ଅତିଥି   18-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ବିଜେଡି ପକ୍ଷରୁ ବିଶାଳ ଶିକ୍ଷାବଞ୍ଚାଅ ଶୋଭାଯାତ୍ରା,ଗଣଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ତୋରଣ ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ   18-Aug-2026
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026

You Might Also Like

                   
  ଜିଲ୍ଲା  

ବରୀ ରେ ବନ୍ୟା