-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||     

HOME   ଜିଲ୍ଲା

ଅନ୍ଧାରୀ ଜଙ୍ଗଲର ସଂରକ୍ଷକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସୁନାମଧନ୍ୟ ଆଦର୍ଶ ପରିବେଶ କର୍ମୀ ପ୍ରଫେସର ଧ୍ରୁବରାଜ ନାଏକ ଆଉ ନାହାନ୍ତି

28-Jun-2021



। ଆଜି ସକାଳେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମର ଜଣେ ଦୁର୍ବୃତ୍ତଙ୍କ ଟାଙ୍ଗିଆ ଚୋଟରେ ସେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପୋଲିସ ଅଭିଯୁକ୍ତ ପ୍ରବୀଣ ଧରୁଆ ଓରଫ ରିନିତଙ୍କୁ ଗ୍ରାମବାସୀ ଓ ଜଙ୍ଗଲ ସାଥୀଙ୍କ ସହଯୋଗରେ ଅନ୍ଧାରୀ ଜଙ୍ଗଲ ଭିତରୁ କାବୁ କରିଥିବା ଏସ୍‌ପି ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି । ଆଜି ସକାଳେ ପ୍ରଫେସର ନାଏକ ଘରେ ନ ଥିବା ସମୟରେ ପ୍ରବୀଣ ଏକ ଟାଙ୍ଗିଆ ଧରି ସିଧାସଳଖ ତାଙ୍କ ଘରର ଶୟନ କକ୍ଷକୁ ପ୍ରବେଶ କରିଥିଲା । ପ୍ରଫେସର ନାଏକ ବାହାରୁ ଆସି ଅଭିଯୁକ୍ତକୁ ଶୟନ କକ୍ଷରୁ ବାହାରି ଯିବା ପାଇଁ କହିଥିଲେ । ଏହାପରେ ଅଭିଯୁକ୍ତ ଜଣକ ବାହାରକୁ ବାହାରି ପ୍ରବଳ ପାଟିତୁଣ୍ଡ କରିଥିଲା । ପାଟିତୁଣ୍ଡ କରିବା ପାଇଁ ବାରଣ କରିବାରୁ ପ୍ରଫେସର ନାଏକଙ୍କୁ ଟାଙ୍ଗିଆରେ ଏକ ଚୋଟ ମାରିଥିଲା । ଗୁରୁତର ଅବସ୍ଥାରେ ପ୍ରଫେସର ନାଏକଙ୍କୁ ପରିବାର ଲୋକେ ଝାରସୁଗୁଡା ସହର ସ୍ଥିତ ଏକ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି ଘଟଣା ପଛରେ ଗ୍ରାମର ଏକ ପୋଖରୀ କିମ୍ବା ଜମି ବିବାଦ ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ତଦନ୍ତ ବେଳେ ଏହି ସମସ୍ତ ଦିଗକୁ ଧ୍ୟାନ ଦିଆଯିବ ବୋଲି ଏସ୍‌ପି କହିଛନ୍ତି । ଜାଳେଣି କାଠ ପାଇଁ ଅନ୍ଧାରୀ ଜଙ୍ଗଲକୁ କେବଳ ରବିବାର ଦିନ ଯିବା ପାଇଁ ଅନୁମତି ଥିବାରୁ ଆଜି ମହିଳାମାନେ ଏଥିନିମନ୍ତେ ଜଙ୍ଗଲ ଭିତରକୁ ପ୍ରବେଶ କରିଥିଲେ । ତେବେ ଏହି ମହିଳା ମାନେ ଅଭିଯୁକ୍ତଙ୍କୁ ପଇସା ଦେବା ପାଇଁ ରୋକଠୋକ ମନା କରିବା ପରେ ସେ ମଦ୍ୟପାନ କରିବା ଲାଗି ପ୍ରଫେସର ନାଏକଙ୍କୁ ଶହେ ଟଙ୍କା ମାଗିଥିଲା । ପ୍ରଫେସର ନାଏକ ମଧ୍ୟ ମନା କରିବାରୁ ପରେ ସେ ଏପରି କାଣ୍ଡ ଭିଆଇଥିବା ପ୍ରଫେସର ନାଏକଙ୍କ ପରିବାର ଲୋକ କହିଛନ୍ତି ।  ପ୍ରଫେସର ନାଏକଙ୍କ ବିୟୋଗ ଖବର ପ୍ରଚାରିତ ହେବା ମାତ୍ରେ ପଶ୍ଚିମ ଓଡିଶା ସମେତ ରାଜ୍ୟର ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି । 
 
 ୧୯୩୮ ମସିହା ଜୁନ୍ ୧୨ ତାରିଖରେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ କୁଅଁରମାଲ ଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ନାଏକ ଝାରସୁଗୁଡା ଓ ସୁନ୍ଦରଗଡରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରୁ ୧୯୬୦ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମ୍‌ଏସ୍‌ସି ଜୁଲୋଜିରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହାଛଡା ସେ ସେହିଠାରୁ ଜର୍ମାନ ଭାଷାରେ ଡିପ୍ଲୋମା କରିଥିଲେ । ୧୯୬୨ ମସିହାରେ ଓଡିଶା ଶିକ୍ଷା ସେବାରେ ଯୋଗ ଦେଇ ୧୯୭୩ ପର୍ଯ୍ୟନ୍ତ ଅଧ୍ୟାପନା କରିଥିଲେ । ପରେ ୧୯୭୩ ମସହାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଜୁଲୋଜି ବିଭାଗର ପ୍ରାଧ୍ୟାପକ ରୂପେ ଯୋଗ ଦେବା ପରେ ୧୯୮୪ ମସିହାରୁ ୧୯୯୮ ମସିହା ପର୍ଯ୍ୟନ୍ତ ପ୍ରଫେସର ପ୍ରଫେସର ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ସେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନର ବିଭିନ୍ନ ବିଶ୍ୱବିଦ୍ୟାଳରେ ଭିଜିଟିଂ ସାଇଣ୍‌ଟିସ୍ଟ ରୂପେ କାର୍ଯ୍ୟ କରିଛନ୍ତି । ୧୯୯୮ ମସିହାରେ ପ୍ରଫେସର ନାଏକ ଅବସର ଗ୍ରହଣ କରିବା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ରୂପେ ନିଯୁକ୍ତ ହୋଇ ତିନିବର୍ଷ ଧରି ସଫଳତାର ସହ କାର୍ଯ୍ୟ ତୁଲାଇଥିଲେ । ଏହି ପଦବୀରୁ ଅବ୍ୟାହତି ପରେ ଦୀର୍ଘ ଚାଳିଶ ବର୍ଷ ପୂର୍ବେ ଛାଡିଥିବା ନିଜ ପୈତୃକ ଗ୍ରାମ କୁଅଁରମାଲକୁ ଫେରିଯାଇଥିଲେ । ସେଠାରେ ଚାଷବାସ କରିବା ସାଙ୍ଗକୁ ଅନ୍ଧାରୀ ଜଙ୍ଗଲର ସଂରକ୍ଷଣ ପାଇଁ ଗ୍ରାମବାସୀ ଲାଗିପଡିଥିଲେ । ୧୯୯୦ ମସିହାରୁ ସରକାରୀ ପ୍ରୋତ୍ସାହନ ଦ୍ୱାରା ଗ୍ରାମ ଗୁଡିକରେ ବନ ସୁରକ୍ଷା ସମିତି ମାନ ଗଠିତ ହୋଇଥିଲେ ମଧ୍ୟ ସମନ୍ୱୟ ଅଭାବରୁ ତାହା ବିଶେଷ ଫଳପ୍ରଦ ହୋଇ ନ ଥିଲା । ଏହି ପୃଷ୍ଠଭୂମିରେ ପ୍ରଫେସର ନାଏକଙ୍କ ପୁଅ ଇଂ ସୁବ୍ରତ ନାଏକ ଅନ୍ଧାରୀ ଜଙ୍ଗଲର ସଂରକ୍ଷଣ ପାଇଁ ବିଶେଷ ଉଦ୍ୟମ କରିଥିଲେ । ତେବେ ୨୦୦୮ ମସିହାରେ ସୁବ୍ରତଙ୍କ ସଡକ ଦୁର୍ଘଟଣାରେ ଅକାଳ ବିୟୋଗ ପରେ ମଧ୍ୟ ପ୍ରଫେସର ନାଏକ ଏହି ସଂରକ୍ଷଣ କାର୍ଯ୍ୟକୁ କାରି ରଖିଥିଲେ । ବୃତ୍ତିରେ ଜଣେ ବିଜ୍ଞାନୀ ଥିବାରୁ ଏହାକୁ ବୈଜ୍ଞାନିକ ଢଙ୍ଗରେ ପରିଚାଳନା କରି ଅଭୁତପୂର୍ବ ସଫଳତା ପାଇଥିଲେ । ଅନ୍ଧାରୀ ଜଙ୍ଗଲର ସଫଳତା ବିଷୟଟିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ସ୍ଥାନିତ କରିଛନ୍ତି ।

 ବିରଳ ଜୈବ ମଣ୍ଡଳ ଅନ୍ଧାରୀ ଜଙ୍ଗଲର ସୁରକ୍ଷା ପାଇଁ ସେ ଅଭିଯାନ ଚଳାଇ ସମ୍ପ୍ରତି ସହରମୁହାଁ ହେଉଥିବା ଯୁବପୀଢିଙ୍କ ପାଇଁ ପ୍ରଫେସର ନାଏକ ଜଣେ ଆଦର୍ଶ । ତାଙ୍କର ସମ୍ପୂର୍ଣ୍ଣ କର୍ମମୟ ଜୀବନ ସହରୀ ଚାକଚକ୍ୟ ଭିତରେ ବିତିଥିଲେ ହେଁ ନିଜ ଜନ୍ମମଟି ପ୍ରତି ତାଙ୍କ ଅତୁଟ ମୋହ ଓ ପରିବେଶ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତା ତାଙ୍କୁ ତାଙ୍କ ପୈତୃକ ଗ୍ରାମକୁ ଟାଣିନେଇଥିଲା । ପରିଣତ ବୟସରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ପ୍ରଫେସର ନାଏକ ସାଇକେଲରେ ବୁଲି ପରିବେଶ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା କାର୍ଯ୍ୟରେ ଲାଗିଥିଲେ । ଏଥିପାଇଁ ତାଙ୍କୁ ଓଡିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ‘ବିଶିଷ୍ଟ ବୈଜ୍ଞାନିକ ସମ୍ମାନ’, ରାଜ୍ୟ ସରକାରଙ୍କ ପକ୍ଷରୁ ‘ପ୍ରକୃତିମିତ୍ର’ ଓ ‘କୃତୀ କୃଷକ ସମ୍ମାନ’ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ ସମ୍ମାନରେ ଭୂଷିତ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026

You Might Also Like