-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Jun-2021
ସମ୍ବଲପୁର, (ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ସ୍ଥାନୀୟ ଗୋବିନ୍ଦତୋଲା ସ୍ଥିତ ପୂର୍ଣା ବସ୍ତି ଠାରେ ଏକ ଅସହାୟ ବୃଦ୍ଧା ଅସୁବିଧାରେ ଥିବା ଖବର ପାଇ "ସ୍ୱଇଚ୍ଛା" ପକ୍ଷରୁ ତାଙ୍କ ଘରକୁ ଯାଇ ଗୋଟିଏ ମାସର ରାସନ ସାମଗ୍ରୀ ଏବଂ କିଛି ଆର୍ଥିକ ସାହାଯ୍ୟ କରା ଯାଇଥିଲା I ଏହା ସହିତ ତାଙ୍କର ଅନ୍ନପୂର୍ଣ୍ଣା ଯୋଜନା ରେ କିପରି ସରକାରୀ ସାହାଯ୍ୟ ମିଳି ପାରିବ ସେଥି ପ୍ରତି ସରକାର ର ଦୃଷ୍ଟି ଆକର୍ଷଣ କରିବା, ଆଗାମୀ ଦିନରେ କିଛି ଘରୋଇ ଆସବାବ ପତ୍ର ଦିଆଯିବା ସହିତ ଘରେ ବିଦ୍ୟୁତ ସଂଯୋଗ ମଧ୍ୟ ନ ଥିବାରୁ ବିତ୍ୟୁତ ବିଭାଗ ସହିତ ଆଲୋଚନା କରି ତାହା ମଧ୍ୟ ସଂଯୋଗ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି I ଏହି ଅବସରରରେ "ସ୍ୱଇଛା" ର ଆକାଶ ବିଶ୍ୱକର୍ମା, ଅଜିତ ବେହେରା ଆତିଶ ମିଶ୍ର , ମୋହିତ ନାୟକ, ଅମିତ ହୋତା, ଶ୍ରୀରାମ ପିଣ୍ଟୁ, ସୌମ୍ୟ ରଞ୍ଜନ ବଡ଼ପଣ୍ଡା, ସୁନୀଲ ସେଠ, ଅନୁଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ I