-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Jun-2021
ବଲାଙ୍ଗିର(ପ୍ରେରଣା ଖବର)- ବର୍ତ୍ତମାନ ମଦ ଓ ମଦୁଆ ମାନଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ସମାଜରେ ଘଟୁଥିବା ନାନା ପ୍ରକାରର ବିଶୃଙ୍ଖଳା ପାଇଁ ଏହି ମଦକୁ ହିଁ ଦାୟୀ କରାଯାଇପାରେ । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଗଇଁତଳା ଗ୍ରାମରେ ଥିବା ଏକ ଦେଶୀ ମଦ ଭାଟି ଯୋଗୁଁ ଗ୍ରାମରେ ଅସନ୍ତୋଷ ଉଗ୍ର ରୂପ ନେଇଛି । ଏହି ଗାଁ ରେ ମଦୁଆ ମାନଙ୍କ ଯୋଗୁଁ ନାନା ପ୍ରକାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି
ପାଇଛି । ଆଜି ସଂଧ୍ୟାରେ ଗାଇଁତଳା ଗ୍ରାମର ଶତାଧିକ ମହିଳା ପୁଇଁତଳା ଥାନା ଘେରାଓ କରିବା ସହ ଗଇଁତଳାରେ ଥିବା ଦେଶୀ ମଦ ଭାଟି ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ମହିଳା ମାନଙ୍କ ପକ୍ଷରୁ ପୁଇଁତଳା ପୋଲିସକୁ ଏକ ଦାବିପତ୍ର ଦିଆଯାଇଛି ।