-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||     

HOME   ଜିଲ୍ଲା

ବନ୍ଦେ ଉତ୍କଳ ଜନନୀ କୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିବାର ସରକାରୀ ନିଷ୍ପତ୍ତିକୁ କୋସଲ ରାଜ୍ୟ ସମନ୍ୱୟ ସମିତିର ତିବ୍ର ବିରୋଧ,ଆଗାମୀ ଜୁନ ୨୯ ତାରିଖରେ ସବୁ ଜିଲ୍ଲାରେ ପ୍ରତିବାଦ କରାଯିବ 

24-Jun-2021



ବଲାଙ୍ଗିର, (ପ୍ରେରଣା ଖବର)- ୨କୋଟି ଲୋକଙ୍କ ମତାମତକୁ ପାଦରେ ଦଳି ଦେଇ ଓଡିଶା ରାଜ୍ୟ ସରକାର ଏକପାଖିଆ ଭାବରେ “ବନ୍ଦେ ଉତ୍କଳ ଜନନୀ” କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବା ସହ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିଛନ୍ତି । ଏତାଦୃଶ କାମ କରି ରାଜ୍ୟ ସରକାର ତାଙ୍କର ଉଗ୍ର ଆଞ୍ଚଳିକ ବୈଷମ୍ୟ ଓ ଉପନିବେଶବାଦୀ ଚେହେରାକୁ ଉଜାଗର କରିଛନ୍ତି । ତେଣୁ କୋସଲ ରାଜ୍ୟ ସମନ୍ୱୟ ସମିତି ଏହାର ତିବ୍ର ନିନ୍ଦା କରିବା ସହ ଏହାକୁ ପ୍ରତିବାଦ କରି ଆଗାମୀ ଜୁନ ୨୯ ତାରିଖରେ ସବୁ ଜିଲ୍ଲାଶିକ୍ଷାଧିକାରୀମାନଙ୍କ ମାର୍ଫତରେ ଦାବୀପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି କରିଛି ।
    ଏଠାରେ ଉଲ୍ଲେଖଯୋଗ୍ୟ ଯେ “ବନ୍ଦେ ଉତ୍କଳ ଜନନୀ” ଉତ୍କଳ ସମ୍ମିଳନୀକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏକ ସଂଗୀତ । ଅଭିଭକ୍ତ କଟକ, ପୁରୀ ଓ ବାଲେଶ୍ୱର ହିଁ ଉତ୍କଳର ଆଧୁନିକ ରୁପ । କିନ୍ତୁ ୧୯୩୬ ମସିହାରେ ଯେଉଁ ଓଡିଶା ପ୍ରଦେଶ ଗଠିତ ହେଲା ଓ ୧୯୪୮ ମସିହାରେ ବିସ୍ତାରିତ ହେଲା ଏଥିରେ କୋସଲ, ଉତ୍କଳ, କଳିଙ୍ଗ ଏଭଳି ୩ଟି ସାଂସ୍କୃତିକ / ଐତିହାସିକ ଭୂଖଣ୍ଡ ସମ୍ମିଳିତ । ଏଭଳି ସ୍ଥଳରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମର୍ଯ୍ୟାଦା ଦେବା ଓ ଶିକ୍ଷାପାଠ୍ୟକ୍ରମରେ ସାମିଲ କରିବା ନିହାତି ଭାବରେ ଅପ୍ରାସଙ୍ଗିକ ଓ ଅସୈମ୍ବଧାନିକ ଅଟେ । 
    ସବୁଠାରୁ ଅଧିକ ଲଜ୍ଜ୍ୟାର ବିଷୟ ଯେ ମହାମାରୀ କରୋନାର ପ୍ରଥମ ଲହର ର ସୁଯେଅଗ ନେଇ ରାଜ୍ୟ ସରକାର ବନ୍ଦେ ଉତ୍କଳ ଜନନୀକୁ ବେଆଇନ ଭାବରେ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେଇଥିବା ବେଳେ କରୋନାର ୨ୟ ଲହରୀର ସୁଯୋଗ ନେଇ ଏହାକୁ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକଳାପ କେବଳ ବେଆଇନ ନୁହେଁ ଏହା ମାନବିକତା ବିରୋଧୀ ମଧ୍ୟ । ତେଣୁ ରାଜ୍ୟ ସରକାରଙ୍କ ଏତାଦୃଶ ନିଷ୍ପତ୍ତିକୁ ସବୁସ୍ତରରେ ଦଳମତ ନିର୍ବିଶେଷରେ ସମସ୍ତେ ବିରୋଧ କରିବା ସହ ଆଗାମୀ ଦିନରେ ଏକତ୍ରିତ ଭାବରେ ସ୍ୱତନ୍ତ୍ର କୋସଲ ପ୍ରଦେଶ ମୁକ୍ତି ଆନ୍ଦୋଳନ କୁ ଜୋରଦାର କରିବାକୁ ଆଗଭର ହେବା ପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ କେନ୍ଦ୍ରୀୟ ସାଧାରଣ ସଂପାଦକ ସୁନିଲ ପୁରୋହିତ ଆହ୍ୱାନ ଦେଇଛନ୍ତି । ଏଥି ସହିତ ଏ ଅଞ୍ଚଳର ଜନସାଧାରଣ ଓ ମାଁ / ମାଟି ପ୍ରତି ମମତା ରଖିଥିବା ସବୁ ସାଂସଦ / ବିଧାୟକ ଓ ଅନ୍ୟାନ୍ୟ ନିର୍ବାଚିତ ନେତା ମଧ୍ୟ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି କୁ ପ୍ରତିବାଦ କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ଅନୁରୋଧ କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026

You Might Also Like