-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Jun-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) :ନକଲି ଔଷଧ ର ପ୍ରାଥମିକ ରିପୋର୍ଟ ଓ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରିଛି। ନକଲି ଔଷଧ କାରବାର ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ପ୍ରସ୍ତୁତ କରିଥିଲା। ଏ ସମ୍ପର୍କିତ ସମସ୍ତ ତଥ୍ୟକୁ ମଧ୍ୟ କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ପ୍ରାଥମିକ ରିପୋର୍ଟ ରୁ ଏହା ସ୍ପଷ୍ଟ ଯେ ଏହି ନକଲି ଔଷଧ ଅନ୍ୟ କୁଆଡେ ପଠାଯାଇନାହିଁ। ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ସାଧୁବାଦ ଜଣଇଲେ ସ୍ୱାସ୍ଥ୍ୟ ବିଭାଗ। ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ନିର୍ଦେଶ ଦେବା ପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।