-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ରାଜ୍ୟ

ଅନ୍ତର୍ଜାତୀୟ ପ୍ରଖ୍ୟାତ ଅଭିନେତା ତଥା ପଶ୍ଚିମ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ପଣ୍ଡାଙ୍କ ଆଜି ଏକଦଶାହ ତିଥିରେ ଗଭୀର ଶ୍ରଦ୍ଧାଂଜଳି

14-Jun-2021



ବିନିକା (ହିମାଂଶୁ ଶେଖର ପୁଟେଲ): ପଶ୍ଚିମ ଓଡିଶାର କିମ୍ବଦନ୍ତୀ ପୁରୁଷ ତଥା ଭାଷା,ସାହିତ୍ଯ ଓ ସଂସ୍କୃତିର ମହାନାୟକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଅଭିନେତା ବିନିକା ନିବାସୀ ଶ୍ରୀ ଅଟଲ ବିହାରୀ ପଣ୍ତା(୯୨) ସବୁଦିନ ପାଇଁ ଆମ ଗହଣରୁ ବିଦାୟ ନେଇଛନ୍ତି । ଦେଖୁ ଦେଖୁ ୧୧ଦିନ ବିତିଗଲା ପରେ ବି  ସେ ଆମ୍ଭମାନଙ୍କ ମନରେ,ଆଖିରେ ଦୃଶ୍ୟମାନ ହେଉଥିବା ପରି ଲାଗୁଛି । ତାଙ୍କ ଅମର ଆତ୍ମାର ସଦଗତି ପାଇଁ ବିନିକା ମାଟି ଠାରୁ ଆରମ୍ଭ କରି ସାରା ପଶ୍ଚିମ ଓଡ଼ିଶା ତଥା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଶୋକ ପାଳନ ପୂର୍ବକ ମହାନାୟକଙ୍କ କଳା କ୍ଷେତ୍ରରେ ପାରଦର୍ଶିତାକୁ ଝୁରି ହେଉଛି l କଳାପ୍ରେମୀ ମହଲରେ ଏବେ ବି ଆଖିରୁ ଲୁହ ଝରୁଥିବା ବେଳେ ଏପରି ଜଣେ କଳାକାର ପଶ୍ଚିମ ଓଡ଼ିଶାରେ ଆଗାମୀ ଦିନରେ ଜନ୍ମ ହେବେ କି ନାହିଁ ତାହା ସମୟ ହିଁ କହିବ । ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଜନ୍ମ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଗଡଭିତରପଡାରେ ୦୧/୧୨/୧୯୩୧ ମସିହାରେ ହୋଇଥିଲା । ତାଙ୍କ ପିତା କବିରାଜ ବାସୁଦେବ ପଣ୍ଡା ଓ ମାତା ଲକ୍ଷ୍ମୀପ୍ରିୟାଙ୍କ ଜ୍ୟୈଷ୍ଠ ପୁତ୍ର ଥିଲେ । ଓଡ଼ିଆ ସାହିତ୍ୟ ତଥା ସମ୍ବଲପୁରୀ/କୋଶଳୀ ସାହିତ୍ୟ କ୍ଷେତ୍ରରେ ତାଙ୍କର ବହୁ ମଞ୍ଚ ନାଟକ,ଯାତ୍ରା ନାଟକ, ଶିଶୁ ନାଟକ, ବେତାର ନାଟକ, ଧାରାବାହିକ ବେତାର ନାଟକ, ଉପନ୍ୟାସ,ଗଳ୍ପ, ଗୀତି କବିତା,ରମ୍ୟ ରଚନା ପ୍ରଭୃତି ବେଶ୍ ଆଦୃତ l

 ତାଙ୍କ ରଚିତ 'ଫଟା କପାଳ' ସମ୍ବଲପୁରୀ ଭାଷାର ପ୍ରଥମ ପ୍ରକାଶିତ ପୂର୍ଣ୍ଣାଙ୍ଗ ମଞ୍ଚ ନାଟକ ରୂପେ ଆଲୋଚକ ମାନଙ୍କର ମାନ୍ୟତା ବହନ କରିଥିଲା । ସେ ଆକାଶବାଣୀ ସମ୍ବଲପୁରର ଜଣେ ସ୍ଵୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର ଥିଲେ । ଓଡ଼ିଆ ସାହିତ୍ୟ ସମ୍ବଲପୁରୀ/କୋଶଳୀ ସାହିତ୍ୟରେ ୭୦ଖଣ୍ଡ ପୁସ୍ତକ ରଚନା କରିଥିଲେ । ଜୀବନରେ ଶତାଧିକ ନାଟକରେ ଅଭିନୟ ତଥା ନିର୍ଦ୍ଦେଶନା ଏବଂ ନାଟ୍ୟରଚନା ମାଧ୍ୟମରେ ରଙ୍ଗମଞ୍ଚ ସହ ୬୦ବର୍ଷ ଧରି ନିବିଡ଼ ସମ୍ପର୍କ ସ୍ଥାପନ କରିଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁ ଯାତ୍ରା ନାଟକ ରଚନା କରି ସାରା ଓଡ଼ିଶାର ପୁରପଲ୍ଲୀରେ ପରିଚିତ ଥିଲେ । ଯାତ୍ରା ନାଟକ ମାନଙ୍କ ମଧ୍ୟରେ  'ଏବେବି ଏ ସମାଜ ବ୍ୟାଧିଗ୍ରସ୍ତ' ଓ 'ବାଘମାତିଛି' ପ୍ରଭୃତି ଯାତ୍ରା ନାଟକ ଓଡ଼ିଶାର ପ୍ରଖ୍ୟାତ ଗଣନାଟ୍ୟ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇ ବେଶ ଉଚ୍ଚ ପ୍ରଶଂସିତ ହୋଇଥିଲା । ରଙ୍ଗମଞ୍ଚରେ ପ୍ରଦର୍ଶିତ ନାଟକ ମାନଙ୍କ ମଧ୍ୟରେ 'ମନିସଂହରା' ପୌରାଣିକ ନାଟକ ଓ କ୍ଲାନ୍ତ ଅପରାହ୍ନ ଉଲ୍ଲେଖଯୋଗ୍ୟ ।ସେହିପରି ସମ୍ବଲପୁରୀ /କୋଶଳୀ ଭାଷାରେ ରଚିତ ' ଦେବୀ ଏବଂ ବାନ୍ଦୁ ଉବାଚ'  ଉପନ୍ୟାସ ସର୍ବତ୍ରରେ ପ୍ରଶଂସିତ । ଗୀତିକାର, ନାଟ୍ୟକାର, ଔପନ୍ୟାସିକ,ଅଭିନେତା, ନିର୍ଦ୍ଦେଶକ ସଙ୍ଗେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରି ଓଡ଼ିଶା ରାଜ୍ୟ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ପାଖରେ ବୟସ ମଧ୍ୟ ହାର ମାନିଥିଲା । ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ  ଶଲାବୁଢ଼ା, ଆଦିମ ବିଚାର, ଶଲାବୁଢ଼ା ର ବଦଳା ଚଳଚ୍ଚିତ୍ରରେ ସଂଳାପ ଲେଖକ ଓ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରି ଦେଶ ବିଦେଶର ସୁନାମ ଅର୍ଜନ କରିଥିଲେ । ସଂସ୍କୃତି ବିଭାଗ,ଓଡ଼ିଶା ରାଜ୍ୟ ପାଇଁ ୨୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୩ମସିହାରେ ଶଲାବୁଢ଼ା ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କାର ପାଇଥିଲେ । ସେହିପରି ସାହିତ୍ୟ ସାଧନା ପାଇଁ ଓଡ଼ିଶା ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ ।ଏହା ବ୍ୟତୀତ ଗତ ୨୦୦୨ମସିହାରେ ସମ୍ବଲପୁର ସେତୁ ତରଫରୁ ଘନଶ୍ୟାମ ରଥ ସ୍ମୃତି ପୁରସ୍କାର, ୨୦୦୪ ମସିହାରେ ଯୁବାଉଦୟନ ସମ୍ବଲପୁର ତରଫରୁ ବଳଭଦ୍ର ସୂପକାର ସ୍ୱାରକି ପୁରସ୍କାର, ୨୦୦୫ରେ ପଶ୍ଚିମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ କୋଶଳ ରତ୍ନ ଉପାଧି, ୨୦୦୬ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନାଟ୍ୟ ସଂସଦ ପକ୍ଷରୁ ନାଟ୍ୟ ଜ୍ୟୋତି ସମ୍ମାନ, ପଞ୍ଚସଖା ଯାତ୍ରା ଏକାଡେମି ଗୋପାଳପୁର,ବାଲେଶ୍ଵର ଦ୍ଵାରା ନାଟ୍ୟଚାର୍ଯ୍ୟ ରଘୁନାଥ ପଣ୍ଡା ସମ୍ମାନ, ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ପାଖରୁ ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ, ୨୦୧୧ରେ ସାଇଟ ସାଂସ୍କୃତିକ ପରିଷଦ ସଦେଇପାଲି ବଲାଙ୍ଗୀର ତରଫରୁ କୋଶଳ ଗୌରବ ନାଟ୍ୟ ସମ୍ମାନ,ରବିନ୍ଦ୍ର ମଣ୍ଡପ ଭୁବନେଶ୍ୱର ପଞ୍ଚମ ଦେବ ସମ୍ମାନ,ଭୀମଭୋଇ ସମାଧି ପୀଠରେ ଭାଗିରଥି ନେପାକ ସ୍ମୁତି ସମ୍ମାନ,ଭୂମିକା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭୂମିକା ସମ୍ମାନ, ୨୦୧୨ରେ ସମ୍ବଲପୁର କ ଲଚରାର ଏସୋସିଏସନ ପକ୍ଷରୁ ପହିଲି ପରଶ ନାଟ୍ୟ ସମ୍ମାନ,ଓଡ଼ିଶା ଥିଏଟର ଏକାଦେମୀ ବୁର୍ଲା ତରଫରୁ ନାଟ୍ୟ ବାରିଧି ସମ୍ମାନ, କୋଶଳ ସାଂସ୍କୃତିକ ସମାଜ ସମ୍ବଲପୁର ତରଫରୁ କୋଶଳ ଭାରତୀ ସମ୍ମାନ,୨୦୧୩ରେ ବୁର୍ଲା ଅରୁଣଧତୀ ସମ୍ମାନ,ସମ୍ବଲପୁର ସେତୁ ତରଫରୁ ସେତୁ ସମ୍ମାନ, ଭୁବନେଶ୍ଵରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସମ୍ମାନ,କଟକ କଳାବିକାଶ ହୀରାଖଣ୍ଡ ସଂସ୍କୃତି ସମାଜ ତରଫରୁ ପଶ୍ଚିମ ଓଡ଼ିଶା ଗୌରବ ସମ୍ମାନ,୨୦୧୪ରେ ଓଡ଼ିଶା ସରକାରଙ୍କ ତରଫରୁ ଶ୍ରେଷ୍ଠ ଅଭିନେତା ସମ୍ମାନ,୨୦୧୩ରେ ଗୋଆ ଠାରେ ଚଳଚ୍ଚିତ୍ର ପ୍ରଦର୍ଶନ ବେଳେ ସମ୍ବର୍ଦ୍ଧିତ,୨୦୧୫ରେ ଚନ୍ଦ୍ରଭାଗା ରୋପ୍ୟ ଜୟନ୍ତୀ  ଅବସରରେ 

 ସ୍ଵାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଜୀ ସ୍ମାରକୀରେ ଭୂଷିତ, ୨୦୧୫ରେ ପଞ୍ଚସଖା ଯାତ୍ରା ଏକାଡେମି ଗୋପାଳପୁର ବାଲେଶ୍ଵର ତରଫରୁ ଓଡ଼ିଶା ଯାତ୍ରା ଗୌରବ ସମ୍ମାନ ପାଇଥିଲେ । ଏହା ବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ଏବଂ ନିଜ ମାଟି ବିନିକା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉପଢ଼ୌକନ ପାଇଁ ସମ୍ମାନିତ ହୋଇଥିଲେ । ଆଜି ସେ ଆମ ପାଖରେ ନାହାଁନ୍ତି ସିନା କିନ୍ତୁ ତାଙ୍କର ଏହି ନିପୁଣ କଳାର ପାରଦର୍ଶିତା ଏବଂ ଅଭିନୟ ଶୈଳୀ ସବୁଦିନ ପାଇଁ ମନେ ରହିବ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like