-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jun-2021
କଳାହାଣ୍ଡି (ସଞ୍ଜୀବ କୁମାର ଦାସ) :କଳାହାଣ୍ଡି ଜିଲ୍ଲାରେ ଆଉ ଏକ ହାତୀର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ କିଛିମାସ ମଧ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି।
ପ୍ରକାଶ ଯେ ଥୁଆମୂଳ ରାମପୁର ବ୍ଲକ୍ ସାଇସୁରନିର କରଡ଼ାପଦର ଅଞ୍ଚଳରୁ ଗତକାଲି ପୁଣି ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି। ଆଜି ବନବିଭାଗ ଓ ପ୍ରାଣୀସମ୍ପଦ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେଠାରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇଥିଲା। ନବମ ହାତୀର ମୃତ୍ୟୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ବନବିଭାଗ ମୁହଁ ଖୋଲୁ ନଥିବା ବେଳେ ହାତୀ ମୃତ୍ୟୁ ନେଇ ବିଭାଗୀୟ ଅପାରଗତା ପଦାରେ ପଡ଼ିଛି। ଏନେଇ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା. ଧର୍ମାନନ୍ଦ ମହାନ୍ତ ସୂଚନା ଦେଇଛନ୍ତି