-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜଙ୍ଗଲ ବିଭାଗରେ ଜଙ୍ଗଲିରାଜ : ଚର୍ଚ୍ଚାରେ ଫରେଷ୍ଟରଙ୍କ ନର୍ସରୀ ପ୍ରେମ

09-Jun-2021



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜଙ୍ଗଲ ବିଭାଗରେ ଚାଲିଛି ଜଙ୍ଗଲିରାଜ । ଜଙ୍ଗଲ ବିଭାଗର ଅନେକ ଉନ୍ନତିମୂଳକ କାର୍ଯ୍ୟ ସକାଶେ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଆସୁଛି । ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲ ବିଭାଗର ବାବୁ ମାନଙ୍କ ମନୋମୁଖୀ କାର୍ଯ୍ୟକଳାପ ଯୋଗୁ ସମସ୍ତ ସରକାରୀ ଯୋଜନା ଫେଲ ମାରୁଛି । ନିକଟରେ ବଲାଙ୍ଗୀର ସହରର ଚତୁପାର୍ଶ୍ଵ ଇଟାଭାଟିରେ  ଜଙ୍ଗଲ ଗଛ କାଟି ଜଳିଥିବା ଅନେକ ଭିଡିଓ ଡି ଏଫ୍ ଓ ଙ୍କୁ ଦେଇଥିଲେ ମଧ୍ୟ ଶାଗ ଭାଜି ଦରରେ ଫାଇନ ଆଦାୟ କରି ବିନା କେସ ରେ ଛାଡି ଦେଇଥିଲେ । ଜଙ୍ଗଲ ଧ୍ବଂସ ପ୍ରତି ଜଙ୍ଗଲ ବିଭାଗର ନିଘା ନାହିଁ ।

   ଜଙ୍ଗଲ ବିଭାଗରେ କାର୍ଯ୍ୟରତ କିଛି ଅଧିକାରୀ ଦୁର୍ନୀତି କରୁଥିଲେ ମଧ୍ୟ ଡି ଏଫ୍ ଓ ଙ୍କ ଗେହ୍ଲା ହୋଇ ରହିଛନ୍ତି । ସେମାନଙ୍କ ନାମରେ ଅଭିଯୋଗ ହେଲେ ମଧ୍ୟ କୋଉ କାରଣରୁ ଡି ଏଫ୍ ଓ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ତାହା ଚର୍ଚ୍ଚା ହୁଏ । 
   ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ ଘୁଚେପାଲି ଗ୍ରାମରେ ପାଟଣାଗଡ଼ ଫରେଷ୍ଟର ରଞ୍ଜୀତ ସିଂ ବାବୁ ନିଜେ ଏକ ବେସରକାରୀ ଜମିରେ ନର୍ସରୀ କରିଛନ୍ତି । ପ୍ରାୟ୮୦ ହଜାର ଚାରା ରୋପଣ କରି ଚାରା ପିଛା ୨୫/୩୦ ଟଙ୍କା ରେ ବିକ୍ରି କରିବା ପାଇଁ ଯୋଜନା କରିଥିବା ବିଷୟ ଜମି ମାଲିକ କ୍ଷିରୋଦ୍ର ସୁନା ପ୍ରକାଶ କରିଛନ୍ତି । କ୍ଷୀରୋଦ ଙ୍କ କହିବା ଅନୁଯାୟୀ ରଞ୍ଜିତ ସିଂ ବାବୁ ତାଙ୍କ ନର୍ସରୀ ରେ ୭/୮ ଜଣ ଶ୍ରମିକଙ୍କୁ ମାସିକ ୬୦୦୦ଟଙ୍କା ଦରମାରେ ରଖିଛନ୍ତି । ସେମାନେ ନର୍ସରୀର ରକ୍ଷଣବେକ୍ଷଣା କରିବେ । ଏହି ନର୍ସରୀ ରେ ଆଇଁଲା, ବାଞ୍ଜୀ, ବେଲ, ଛତିଆନା, ଜାମୁ, ନିମ୍ବ, ଶାଗୁଆନ ଏବଂ ଦେଢ଼ ଲକ୍ଷ ଆମ୍ବ ଚାରା ଦେଢ଼ ଏକର ଜମିରେ କରିବା ପାଇଁ ଯୋଜନା କରିଥିବା ବିଷୟ ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି ଏହି ଜମି କ୍ଷୀରୋଦଙ୍କ ବାପା ଭାଗବତିଆଙ୍କ ନାମରେ ଅଛି । କ୍ଷୀରୋଦ ଏଠି କାମ କରି ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ଆଶା କରିଛନ୍ତି । ରଞ୍ଜିତ ସିଂ ବାବୁ କପାନି ଏବଂ ରାମପୁର ଠାରେ ଥିବା ନର୍ସରୀ ଦାୟିତ୍ଵରେ ଅଛନ୍ତି । ସେ ବେସରକାରୀ ଜମିରେ ନର୍ସରୀ କରି କେମିତି ଦୁଇ ଗୋଟି ସେଣ୍ଟ୍ରାଲ ନର୍ସରୀର ରକ୍ଷଣାବେକ୍ଷଣା କରୁଛନ୍ତି, ଏକ ପ୍ରଶ୍ନବାଚୀ । ତେବେ ଏଠି ପ୍ରଶ୍ନ ଉଠେ, ଚାରା କରିବା ପାଇଁ ଏତେ ପରିମାଣର ପଲିଥିନ ବ୍ୟାଗ୍ , ମଞ୍ଜି ଏବଂ ନର୍ସରୀ ରେ ଲାଗୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ଆସିଲା କେଉଁଠୁ ? ଅଫିସ ର ନା ନିଜର । କ୍ଷୀରୋଦଙ୍କ କହିବା ଅନୁଯାୟୀ ଫରେଷ୍ଟର ରଞ୍ଜୀତ୍ ପ୍ରତିଦିନ ନର୍ସରୀକୁ ଆସୁଥିବା ବେଳେ ଏହି ନର୍ସରୀକୁ ସମୟ ସମୟରେ ପାରା ଷ୍ଟାଫ୍ ଠାକୁର,ବସୁ ଓ ଜଣେ ମହିଳା ଫରେଷ୍ଟଗାର୍ଡ  ଆସୁଥିବା ପ୍ରକାଶ କରିଥିଲେ l
   ରଞ୍ଜିତ ସିଂ ବାବୁ କୁଆଡେ ପୂର୍ବରୁ ସେ ପାଟଣାଗଡ଼ ରେଞ୍ଜରେ ୫ ବର୍ଷ ଥିଲେ । ପରେ କେଉକାରଣ ରୁଁ ଟିଟିଲାଗଡ଼ କୁ ବଦଳି ହୋଇଥିଲା । ମାତ୍ର କିଛି ବର୍ଷ ପରେ ପୁଣି ଡି ଏଫ୍ ଓ ତାଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଆଣିଲେ  କିପରି ବୋଲି ଚର୍ଚ୍ଚା ହୁଏ ।  
  ଦୁଇ ମାସ ତଳେ ବାଂଜି ଦୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲ ରୁ ଶାଗୁଆନ ଗଛ କଟିଥିବା ବିଷୟ ଦଙ୍ଗରମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଥିଲେ ।ସେହିଭଳି ଧୁବଳପରା ଠାରେ ବାଲ୍ଡ ହିଲ ପ୍ଲାଣ୍ଟେଶନରେ ହୋଇଥିବା ଚାରା ଦୁର୍ନୀତିକୁ ବିଭାଗ ତରଫରୁ   ତଦନ୍ତ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ସେହି ଅଧିକାରୀ ଉପରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ବେଳେ ଏହାର ତଦନ୍ତ ଦାୟିତ୍ଵରେ ଏ ସି ଏଫ୍ ଏବଂ ମୋବାଇଲ ପାର୍ଟି ଥିଲେ । 
   ଆମଦ୍ରୋହ ଗ୍ରାମରେ ଥିବା ଫର୍ଣିଚର୍ ତିଆରି କାରଖାନା ଉପରେ ନିଜେ ଡି ଏଫ୍ ଓ ଚଢ଼ାଉ କରି ସେଠାରୁ ବହୁ ପରିଣାମ ର ଶାଗୁଆନ କବାଟ , ଝରକା ଏବଂ ପଟା ଜବତ କରି ୟୁଡ଼ି କେସ କରିଥିଲେ ଏବଂ  

ଅଭିଯୁକ୍ତକୁ ଅଦ୍ୟାବଧି ଗିରଫ ନ କରି ଛାଡ଼ି ଦେଇଛନ୍ତି । କୁଆଡେ ଏହି କବାଟ , ଝରକା ସିଂ ବାବୁ ଙ୍କ ପାଇଁ ତିଆରି କରୁଥିଲେ ବୋଲି ଚର୍ଚ୍ଚା ହୁଏ । ଏତେ ଦୁର୍ନୀତି ରେ ଥାଇ ମଧ୍ୟ ଡି ଏଫ୍ ଓ କାହିଁକି କେଉକାରଣରୁ ପୁଣି ପାଟଣାଗଡ଼ ରେଞ୍ଜ କୁ ବଦଳି କଲେ ଏବଂ ଏହା ପଛରେ ଡି ଏଫ୍ ଓ ଙ୍କ କି ଅଭିପ୍ରାୟ ରହିଛି ଚର୍ଚ୍ଚା ହୁଏ । 
   ଉପରୋକ୍ତ ବେସରକାରୀ ନର୍ସରୀ ବାବଦରେ ପାଟଣାଗଡ଼ ଡେପୁଟି ରେଞ୍ଜରଙ୍କୁ ପଚାରିବାରୁ ସେ ଏହି ନର୍ସରୀ ବିଷୟରେ ଜାଣିଥିବା କହିଥିଲେ । ଘୁଚେପାଳି ଠାରେ ନର୍ସରୀ କରିବାର କୌଣସି ଯୋଜନା ମଧ୍ୟ ନାହିଁ ଏଣୁ ବେସରକାରୀ ନର୍ସରୀ ବିଷୟରେ ଫରେଷ୍ଟରଙ୍କୁ କୈଫିୟତ ମାଗିବେ ବୋଲି କହିଥିଲେ । ଜାଣିଶୁଣି ମଧ୍ୟ ଡେପୁଟି ରେଞ୍ଜର ବର୍ତମାନ ପର୍ଯ୍ୟନ୍ତ ଫରେଷ୍ଟର ଙ୍କୁ କୌଣସି ପ୍ରଶ୍ନ କରିନଥିବା ତାଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।ଫରେଷ୍ଟର ସିଂ ବାବୁ ଙ୍କୁ ମୋବାଇଲ ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ । ଉପରୋକ୍ତ ବିଷୟ କୁ ଗୁରୁତ୍ଵ ର ସହ ଦୁର୍ନୀତି ନିବାରଣ ବିଭାଗ ତଦନ୍ତ କଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like