-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
04-Jun-2021
ଟିଟିଲାଗଡ଼ (ପ୍ରେରଣା ଖବର) : କିଛି ବର୍ଷ ପୂର୍ବରୁ ମୋବାଇଲ ଲାଇଟ୍ ରେ ଡ଼ାକ୍ତରଖାନାରେ ଅସ୍ତ୍ରୋପଚାର କରିବା ଘଟଣା ଦୃଷ୍ଟିକୁ ଆସୁଥିବା ବେଳେ ଏବେ ଟିଟିଲାଗଡ ଉପଜିଲ୍ଲାପାଳ ତଥା ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକରେ ମୋବାଇଲ ଲାଇଟ ଆଲୁଅରେ ବିଭିନ୍ନ କାର୍ଯ୍ୟ ଚାଲିବା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଏଥି ପାଇଁ ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସାର ହେଉଛି ।
ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ସବ୍ ଡିଭିଜିନରେ ବିଭିନ୍ନ ଦୁରଦୁରାନ୍ତରୁ ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ ଆସି ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ଯୋଗୁଁ ନିରାଶ ହୋଇ ଫେରୁଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ତହସିଲ ବିଭାଗ, ରେକର୍ଡ଼ ରୁମ,ସାଧାରଣ ବିଭାଗ, ଯୋଗାଣ ବିଭାଗ,ରେଜେଷ୍ଟ୍ରି କାର୍ଯ୍ୟାଳୟ ଓ ଅନ୍ୟ ବିଭାଗ ସହ ଡାକ ବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ ଚାଲିଗଲେ ଅଧିକାରୀ ଓ କର୍ମଚାରୀ ମୋବାଇଲ ଲାଇଟ୍ ରେ କାମ କରୁଥିବା ଓ ଏଥି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ କାମରେ ଆସିଥିବ ଲୋକ ହଟହଟା ହେବା ସାର ହେଉଛି । ଆହୁରି ମଧ୍ୟ ଅଧିକାଂଶ ସ୍ଥାନରେ ବିଦ୍ୟୁତ ଗଲେ ଅନଲାଇନ୍ କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି
ଏପରି କି ସ୍ଥାନୀୟ ଅତିରିକ୍ତ ତହସିଲଦାର ଏକ ରାଜିନାମା ସମ୍ପର୍କିତ କlମ କରୁଥିବା ବେଳେ ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯିବାରୁ ନିଜ ମୋବାଇଲ ଟର୍ଚ୍ଚ ଜାଳି କାର୍ଯ୍ୟ ସମ୍ପାଦନ କରୁଥିବା ଏକ ଭିଡିଓ ଭାଇରଲ ନେଇ ଚର୍ଚ୍ଚା ଜୋର ଧରିଛି । କେବଳ ବିଦ୍ୟୁତ ନଥିବା ଯୋଗୁଁ ଜନସାଧାରଣ ଜମି ତଥା ମାଲିମୋକଦ୍ଦମା ପାଇଁ ଆସି ନିରାଶ ହେବାକୁ ବାଧ୍ୟ ହେଉଛନ୍ତି । ସେହିପରି ଅନ୍ୟ ବିଭାଗ ସହ ଏହି କାର୍ଯ୍ୟାଳୟ ପରିସରରେ ଥିବା ଡାକ ବିଭାଗରେ ମଧ୍ୟ କାର୍ଯ୍ୟ ସମ୍ପାଦନ ସୂଚାରୁ ରୂପେ ଚାଲିପାରୁ ନଥିବା ଅଭିଯୋଗ । ଏ ନେଇ ତୁରନ୍ତ ଅନୁରୂପ ବ୍ୟବସ୍ଥା ଗ୍ରହଣ କରିବା ସହ ଟିଟିଲାଗଡ଼ ର ସରକାରୀ କାର୍ଯ୍ୟାଳୟ ଗୁଡିକରେ ନିରନ୍ତର ବିଦ୍ୟୁତ ସେବା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି ।