-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ଦୁଇ ଦିନ ବିଳମ୍ୱରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ଛୁଇଁଛି । ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଥିବା ବେଳେ ୧୦-୧୨ ଦିନ ମଧ୍ୟରେ ଏହି ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏବେ କେରଳରେ କ୍ରମାଗତ ଦୁଇ ଦିନ ପାଇଁ ଲଗାତାର ୨.୫ ମିଲିମିଟର କିମ୍ବା ଅଧିକ ବର୍ଷା ହେବ ବୋଲି କୁହାଯାଉଛି । ତେବେ ଚଳିତ ବର୍ଷ ୪୦% ଆଶା ମୌସୁମୀ ସ୍ୱାଭାବିକ ହେବ ଏବଂ ୨୧ ପ୍ରତିଶତ ସମ୍ଭାବନା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି ।
ସାଧାରଣତଃ ମୌସୁମୀ ଜୁନ୍ ୧ରେ କେରଳ ଛୁଇଁଥାଏ । କିନ୍ତୁ ଚଳିତ ଥର ଜୁନ୍ ୧ରୁ ଦକ୍ଷିଣ-ପଶ୍ଚିମ ବାୟୁ ଧୀରେ ଧୀରେ ବୋହିବା କାରଣରୁ ଏହା ବିଳମ୍ୱ ହୋଇଛି । କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀର ଗତିପଥରେ ସମାନ୍ୟ ପ୍ରଭାବିତ ହୋଇଛି । ମେ ୨୧ରେ ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ପଶ୍ଚିମ ମୌସୁମୀର ଗତିପଥ ପ୍ରଭାବିତ କରିଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜୁନରୁ ସେପ୍େଟମ୍ବର ମଧ୍ୟରେ ଚାରି ମାସର ବୃଷ୍ଟିପାତ ହେବ ବୋଲି ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ ଆକଳନ କରିଥିଲେ । ଦୀର୍ଘକାଳୀନ ହାରାହାରି ହିସାବରେ ଚଳିତ ବର୍ଷ ମୌସୁମୀ ଋତୁରେ ୯୮ ପ୍ରତିଶତ ବର୍ଷା ହେବ । ଯାହା ସ୍ୱାଭାବିକ ମୌସୁମୀ ଭାବେ ଗୃହୀତ ହୋଇଥାଏ । ତେବେ ଏହା ୫ ପ୍ରତିଶତ କମ୍ ବେଶୀ ହୋଇପାରେ ବୋଲି ସେ କହିଥିଲେ ।
ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି । ୨୦୧୯ ଓ ୨୦୨୦ ମୌସୁମୀରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା । ଏହା ପୂର୍ବରୁ ୧୯୯୬, ୧୯୯୭ ଓ ୧୯୯୮ ତିନି ବର୍ଷ ମଧ୍ୟ ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିବା ରେକର୍ଡÿ କରାଯାଇଛି । ଯଦି ଏଭଳି ହେବ ତାହେଲେ ଦେଶ ପାଇଁ ଭଲ ଖବର । ମୌସୁମୀରେ ସ୍ୱାଭାବିକ ବୃଷ୍ଟିପାତ ହେଲେ ଦେଶରେ କୃଷି ଉତ୍ପାଦନ ଭଲ ହେବାରେ ସାହାଯ୍ୟ କରିବ ।