-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
30-May-2021
ବିନିକା (ହିମାଂଶୁ ଶେଖର ପୁଟେଲ) : ସପ୍ତାହନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନରେ ବିନିକା ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀ,ତାଙ୍କ ସଂପର୍କୀୟ ମାନଙ୍କୁ ଭାଜପା ଓ କେଶରିୟା ହିନ୍ଦୁବାହିନୀ ବିନିକା ଶାଖା ତରଫରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି l ସେହିପରି ସହରର ବିଭିନ୍ନ ପ ଡ଼ାରେ କାମ ଧନ୍ଦା ନ ପାଇ ବହୁ ଦୁଃଖ କଷ୍ଟରେ ଚାଲୁଥିବା ଅସ ହାୟ ଲୋକଙ୍କୁ ମଧ୍ୟ ରନ୍ଧାଖାଦ୍ୟ ବଣ୍ଟନ କରା ଯାଇଥିଲା l ଯୁବ ଆଇନଜୀବୀ ପ୍ରଶାନ୍ତ ଚନ୍ଦ୍ର ଦଣ୍ତସନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବଣ୍ଟନ କାର୍ଯ୍ୟକ୍ରମରେ କେଶରୀୟ ହିନ୍ଦୁ ବାହିନୀ ଜିଲ୍ଲା ସାଧାରଣ ସମ୍ପାଦକ ସମ୍ବିତ ନେପାକ, ବିଜେପି କାର୍ଯ୍ୟକର୍ତ୍ତା ଧର୍ମେନ୍ଦ୍ର ସାହୁ,ରଞ୍ଜନ ମେହେର,ଗୋପାଳକୃଷ୍ଣ ମହା ଲିଙ୍ଗ ପ୍ରମୁଖ ସାମିଲ ଥିଲେ l ଯେତେଦିନ ପର୍ଯ୍ୟନ୍ତ ସପ୍ତାହନ୍ତ ସଟଡାଉନ ଜାରି ରହିବ ସେତେ ଦିନ ପର୍ଯ୍ୟନ୍ତ ସଂଘ ମାଗଣାରେ ଖାଦ୍ୟ ଯୋଗାଇବ ବୋଲି ଯୁବ ଓକିଲ ପ୍ରଶାନ୍ତ ସୂଚନା ଦେଇଛନ୍ତି l