-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
29-May-2021
ବଲାଙ୍ଗିର, (ପ୍ରେରଣା ଖବର) ଆଜି ସକାଳେ ସରକାରୀ ବସଷ୍ଟାଣ୍ଡ ଠାରେ ବଲାଙ୍ଗିର ରୋଟାରୀ କ୍ଲବ ତରଫରୁ ଖବର କାଗଜ ବିତରକ ବନ୍ଧୁମାନଙ୍କୁ କୋଭିଡ୍ କିଟ ପ୍ରଦାନ କରାଯାଇଥିଲା । ନିରବିଚ୍ଛନ୍ନ ଭାବରେ ଖରା, ବର୍ଷା ଓ ଶୀତ ଋତୁରେ ଜନସାଧାରଣଙ୍କୁ ସୁବିଧାରେ ସକାଳୁ ସକାଳୁ ଖବର କାଗଜ ପ୍ରଦାନ କରୁଥିବା ଏହି ବନ୍ଧୁମାନଙ୍କୁ ବଲାଙ୍ଗିର ରୋଟାରୀ କ୍ଲବ ତରଫରୁ କୋଭିଡ୍ କିଟ ପ୍ରଦାନ କରାଯାଇଥିଲା । ବରିଷ୍ଠ ରୋଟାରିଆନ ବିଷ୍ଣୁ ପ୍ରସାଦ କେଡିଆଙ୍କ ସଂଯୋଜନାରେ କ୍ଲବ ସଭାପତି ରାଜେଶ କୁମାର ଜୈନ, ସଂପାଦକ କହ୍ନେଆ ଲାଲ ଅଗ୍ରୱାଲ, ମନୋନିତ ସଭାପତି ସଞ୍ଜୟ ଅଗ୍ରୱାଲ, ମନୋନିତ ସଂପାଦକ ଶୁଶିଲ ଅଗ୍ରୱାଲ ଓ ରୋଟାରିଆନ ବଳରାମ ଅଗ୍ରୱାଲ, ସମୀର ଅଗ୍ରୱାଲ ଇତ୍ୟାଦି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।