-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
29-May-2021
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସ ପକ୍ଷରୁ ଲକ୍ଷାଧିକ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଜବତ । ସୂଚନା ଅନୁଯାୟୀ ଆଜି ଭୋରରୁ ଏକ ନମ୍ବର ବିହିନ ହୁଣ୍ଡେଇ କାର ସୋନପୁର ପଟୁ ଆସୁଥିବା ବେଳେ ହିକୁଡି ଛକ ରେ ପୋଲିସ ଦେଖି ମହାନଦୀ ଟୋଲଗେଟରେ ଧୋକା ଦେଇ ପକାଇଥିଲା । ବୀରମହାରାଜପୁର ପୋଲିସ ଏହି ଗାଡିକୁ ସନ୍ଦେହ କରି ପିଛା କରିବାରୁ ଉକ୍ତ ଗାଡିଟି ସହରୀ ପାଲି ଗାଁ ଭିତରକୁ ନେଇ ଡାଇଭର ଗାଡି ଛାଡ଼ି ଫେରାର ମାରିଥିଲା । ପୋଲିସ ଏହି ଗାଡିକୁ ଯାଞ୍ଚ କରିବାରୁ ଏଥିରୁ ଏକ କୁଇଣ୍ଟାଲ ଗଞ୍ଜେଇ ପାଇଥିଲା । ଯାହାର ମୂଲ୍ଯ ପାଞ୍ଚ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି । ସୋନପୁର ଦେଇ ପ୍ରତେକ ଦିନ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ କିଭଳି ଜାଣିପାରୁ ନଥିବା ବେଳେ ବିଭାଗ ସନ୍ଦେହ ଘେରରେ ରହୁଥିବା ର ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।