-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
28-May-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ ଏସ୍ ପତ୍ରାପାଲି ପଂଚାୟତର କେଉଟିପାଲି ଠାରେ ନିର୍ମାଣ ହୋଇଥିବା ଶୌରଚାଳିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଲରେ ଲୋକେ ପାଣି ଟୋପାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ ଏକ ବର୍ଷ ପୁର୍ବରୁ କେଉଟିପାଲିକୁ ଜଳ ଯୋଗାଇ ଦେବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଶୌରଚାଳିତ ପ୍ରକଳ୍ପ ନିର୍ମାଣ କରାଯାଇଛି । ମାତ୍ର କାର୍ଯ୍ୟକ୍ଷମ ହେଉନଥିବାରୁ ଲୋକେ ପାଣି ଟୋପାଏ ପାଇବା ଆଶା ମଉଳିଗଲାଣି । ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ପ୍ରକଳ୍ପଟି ହାଟପଡିଆକୁ ଲାଗି ରହିଥିବାରୁ ବଜାରକୁ ଆସୁଥିବା ଲୋକେ ମଧ୍ୟ ପାଣି ନପାଇ ଡହକବିକଲଳ ହେଉଛନ୍ତି । ଯଥାଶୀଘ୍ର ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି । ଏନେଇ ବିଭାଗୀୟ ଯନ୍ତ୍ରୀ ନିରଂଜନ ସାହୁଙ୍କୁ ଯୋଗାଯୋଗ କରିବାରୁ ଫୋନ ଉଠାଇନଥିଲେ । ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ସହ ଜଳଯୋଗାଣ କରିବା ପାଇଁ ଦାବି ହେଉଛି ।