-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ଉଲୁଣ୍ଡା: ଜନ୍ତୁ ଶୀକାର ପାଇଁ ବିଛାଇଥିବା ତାରା ଲାଗି ଦୁଇ ପୋଢ ମୃତ, ଥାନାରେ ଅଭିଯୋଗ

28-May-2021



ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା) ଉଲୁଣ୍ଡା ଅଂଚଲରେ ଦିନକୁ ଦିନ  ଜନ୍ତୁଶୀକାର ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ତାର ଲାଗି ବହୁ ଜୀବନହାନୀ ଘଟୁଛି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ  ବନବିଭାଗ ଏବଂ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ପଦେକ୍ଷପ ନେଉନାହିଁ । ଫଳରେ ମଣିଷ ଏବଂ ଜୀବଜନ୍ତୁଙ୍କ ଜୀବନ ଚାଲିଯାଉଛି । ଗତକାଲି ଉଲୁଣ୍ଡା ରେଂଜ ଅଧିନସ୍ଥ ମହୁଖଣ୍ଡି କେନାଲ ନିକଟରେ ଜନ୍ତୁଶିକାର ପାଇଁ ବିଛାଇଥିବା ବିଦ୍ୟୁତତାର ଲାଗି ଦୁଇଟି ପୋଢର ମୃତ୍ୟୁ ଘଟିଛି । ଏନେଇ  ପୋଢର ମାଲିକ ବୀରମହାରାଜପୁର ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ସୁଲିଆ ଗ୍ରାମର ସୁୁରେଶ ଭୋଇଙ୍କ  ଦୁଇଟି ପୋଢ ଗତ ୨୨ ତାରିଖ ଦିନ ଚାରଣ ପାଇଁ ଜଙ୍ଗଲକୁ ଚାଲିଯାଇଥିଲେ । ମାତ୍ର ପୋଢ ଦୁଇଟି ଘରକୁ ଫେରିବାରେ ବିଲମ୍ବ ହେବାରୁ ଖୋଜା ଖୋଜି କଲାପରେ ମଧ୍ୟ ପାଇନଥିଲେ । ଗତ ୨୪ ତାରିଖ ଦିନ ଦୁଇଟି ପୋଢ ମହୁଖଣ୍ଡି ଗାଁର କେନାଲ ନିକଟରେ ମରି ପଡିଥିବା ଖବର ପ୍ରଚାରିତ ହେବାପରେ ସୁୁରେଶ ଘଟଣା ସ୍ଥଳରେ ପହଂଚି ଦେଖିଲାପରେ ଜନ୍ତୁ ଶିକାର ପାଇଁ ବିଛାଇଥିବା ତାର ଲାଗି  ପୋଢ ଦୁଇଟି ମରିଥିବା ଜାଣିପାରିଥିଲେ । ଏନେଇ ସୁରେଷ  ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି ନେଇ ବୀରମହାରାଜପୁର ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୂଜୁ  କରିବା ସହ ଘଟଣା ସ୍ଥଳରୁ କିଛି ବିଦ୍ୟୁତ ତାର ଜବତ କରିଥିବା ଜଣାପଡିଛି । 
 ସେହି ଘଟଣା ଦିନ  ବନବିଭାଗକୁ  ଖବର ଦିଆଯାଇଥିଲେ  ମଧ୍ୟ ଘଟଣା ସ୍ଥଳକୁ କେହି ଆସିନଥିଲେ । ଏଣୁ  ଶୁରେଷ ସୁବର୍ଣ୍ଣପୁର ଡିଏଫଓଙ୍କ  ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଡିଏଫଓ ତାଙ୍କ କଥା ନଶୁଣି ରେଂଜରଙ୍କ ପାଖକୁ ଯାଅ ବୋଲି କହିଥିଲେ । ସେଠାରୁ ନିରାଶ ହୋଇ ପୁଣି ଉଲୁଣ୍ଡା ରେଜଂରଙ୍କ ପାଖକୁ ଆସି ଘଟଣା ବିଷୟରେ ଜଣାଇଥିଲେ । ମାତ୍ର ରେଂଜର  ଜଣେ ଗାର୍ଡକୁ ଫୋନକରି  ଘଟଣା ସ୍ଥଳକୁ ଯାଇ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇ କାମ ସାରି ଦେଇଥିଲେ । । ବନବିଭାଗର ଏଭଲି କାର୍ଯ୍ୟଧାରାକୁ ବୁଦ୍ଧିଜୀବି ତଥା ପ୍ରାଣୀପ୍ରେମୀ  ମହଲରେ ଗଭୀର ଅଘାତ ଦେଇଛି । ପ୍ରକାଶ ଯୋଗ୍ୟ ଯେ ଉଲୁଣ୍ଡା  ଆଭ୍ୟନ୍ତରୀଣ ଜଙ୍ଗଲ ଅଂଚଲରେ ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର କରିବା ଚିରାଚରିତ ପ୍ରଥା ହୋଇ ରହିଛି । ବିଦ୍ୟୁତ ତାର ଲାଗି ସାଧାରଣ ଜନ୍ତୁ ନୁହେଁ ହାତୀ ମଧ୍ୟ ମରିବା ନଜିର ରହିଛି । ଏହାର ସମାଧାନ ପାଇଁ ଜଙ୍ଗଲ ଅଂଚଲରେ କେବୁଲ ତାର ଦେବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ଣ୍ଣପାତ କରୁନଥିବା ବେଳେ ଜଙ୍ଗଲ ବିଭାଗର ମଧ୍ୟ ପେଟ୍ରୋଲିଂ ବ୍ୟବସ୍ଥା ଢିଲା ରହୁଥିବାରୁ ବାରମ୍ବାର ଉପରୋକ୍ତ ଘଟଣା ଘଟୁଥିବା ଅଭିଯୋଗ ହେଉଛି । ଏନେଇ ରେଂଜର ଶିବ ପ୍ରଶାଦ ନାଏକଙ୍କୁ ଯୋଗାଯୋଗ କରାଜିବାରୁ ଫୋନ ଉଠାଇନଥିଲେ । ଯଥାଶିଘ୍ର ଶୁରେଷଙ୍କୁ କ୍ଷତିପୁରଣ ଦେବା ସହ ଅଭିଯୁକ୍ତ ମାନଙ୍କ ବିରୋଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।  
 


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like