-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
26-May-2021
କଟକ, ସାଲେପୁର(ଦୀପକ କୁମାର ଷଡଙ୍ଗୀ) : ସାଲେପୁର ବ୍ଳକ ରାମକୃଷ୍ଣପୁର ପଂଚାୟତର ସରପଞ୍ଚଙ୍କ ଖାମଖିଆଲି ମନୋଭାବ ପାଇଁ ବାତ୍ୟା ଆଶ୍ରୟ ସ୍ଥଳ ଲୋକେ ଭୋକ ଉପାସରେ ଆଉଟ ପାଉଟହେଉଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକ ମାନଙ୍କୁ ମିଳି ପାରୁନାହିଁ ସରକାରି ସହାୟତା। ପ୍ରଶାସ ନିକ ଅଧିକାରୀ ଲୋକ ମାନଙ୍କ ସୁରକ୍ଷା ପାଇଁ ଡିଡିମ୍ୱ ପିଟୁଥିବା ବେଳେ ବାସ୍ତବ ଚିତ୍ର ସାଲେପୁର ଅଞ୍ଛଳର ରାମକୃଷ୍ଟ ପୁର ପଞ୍ଚାୟତ ଦେଖିବାକୁ ମିଳୁଛି। ଅନ୍ୟପଞ୍ଚାୟତ ମାନଙ୍କ ବାତ୍ୟା ଆଶ୍ରୟ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ରାମକୃଷ୍ଣପୁର ପଞ୍ଚାୟତ ବାତ୍ୟା ଆଶ୍ରୟସ୍ଥଳୀ ଲୋକ ମାନଙ୍କୁ ସୁବିଧା ମିଳି ପାରିନାହିଁ। ସରପଞ୍ଚ ଙ୍କୁ ଆଶ୍ରୟ ସ୍ଥଳୀଲୋକ ଙ୍କ ଅସୁବିଧା ପଚାରିବାରୁ ବାତ୍ୟା କାହିଁ ଶୁଖିଲା ରେ ସେମାନେ ରହିଛନ୍ତି ଏମାନଙ୍କୁ କୌଣସି ସୁବିଧା ନ ଦେବା କଥା କହୁଛନ୍ତି। ଲୋକ ମାନେ ଖାଇବା ନ ପାଇ ହଇରାଣ ହରକତ ହେଉଥିବା କହିଛନ୍ତି। ପରିତାପର ବିଷୟ ବାତ୍ୟା ଆଶ୍ରୟ ସ୍ଥଳ ଘର ବିପଦ ସଂକୁଳ ହୋଇଥିବା ବେଳେ ଲୋକମାନେ ଭାଗ୍ୟକୁ ଆଦରି ରହିଛନ୍ତି l