-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବଢ଼ୁଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ରାହୁଲ କହିଛନ୍ତି, ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁଣି ଦେଶବାସୀଙ୍କୁ ତାଳି ଓ ଥାଳି ବଜାଇବାକୁ କହିବେ । କେବଳ ଦେଶରେ କୋଭିଡ୍ ଟିକା ନୁହେଁ ଜରୁରୀ ଔଷଧର ମଧ୍ୟ ଘୋର ଅଭାବ ଦେଖାଦେଇଛି ।
ହିନ୍ଦୀରେ ଟ୍ୱିଟ୍ କରି ରାହୁଲ କହିଛନ୍ତି, କେବଳ ଭାରତରେ କୋଭିଡ୍ ମହାମାରୀ ସମୟରେ ବ୍ଲାକ୍ ଫଙ୍ଗସ୍ ମହାମାରୀର ସଂକ୍ରମଣ ଦେଖାଦେଇଛି । ବିଭିନ୍ନ ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଉତ୍ତରପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ତାମିଲନାଡ଼ୁ, ଓଡ଼ିଶା, କର୍ଣ୍ଣାଟକ ଓ ଆସାମରେ ଏହାକୁ ଅଧିସୂଚୀତ ରୋଗ ଘୋଷଣା କରାଗଲାଣି । କେବଳ ବ୍ଲାକ୍ ଫଙ୍ଗସ୍ ନୁହେଁ, ହ୍ୱାଇଟ୍ ଫଙ୍ଗସ୍ର ସଂକ୍ରମଣ ମଧ୍ୟ ଦେଖାଦେଇଛି । ବ୍ଲାକ୍ ଫଙ୍ଗସ୍ ଅପେକ୍ଷା ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣ ଅଧିକ ମାରାତ୍ମକ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।