-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ଟାଙ୍ଗୀ(ପ୍ରେରଣା ଖବର): ଭାଲୁ ଆକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଜଣେ ଗୋପାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ଖବର ମିଳିଛି l ଗାଇ ଗୁହାଳରେ ପଶି ଗାଇ ମାନଙ୍କୁ ଆକ୍ରମଣ କରୁଥିବା ବେଳେ ଉଠି ପଡିଥିଲେ ଗୋପାଳଙ୍କ, ଫଳରେ ଭାଲୁ ଆକ୍ରମଣରେ ଶୀକାର ହୋଇଥିଲେ l ଗୋପାଳକର ଗୋଡ ୨ ଟିରେ ସ୍ରୁଷ୍ଟି ହୋଇଛି ଗଭୀର କ୍ଷତ l ଗୁରୁତର ଗୋପାଳକଙ୍କ ନାମ କଣ୍ଡୁରୀ ବେହେରା ଏବଂ ତାର ଘର ଖୋରଧା ଜିଲା ଟାଙ୍ଗୀ ବ୍ଲକ ନୁଅlଗଡ ପଂଚାୟତ ବ୍ରୁନ୍ଦାବନ ପୁର ଗ୍ରାମରେ ବୋଲି ଜଣାପଡିଛି l ଆକ୍ରମଣ କରିଥିବା ଭାଲୁ ନୁଆଗଡ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି l ଗୁରୁତର ଗୋପାଳକ ଟାଙ୍ଗୀ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ ଖୋରଧା କୁ ସ୍ଥାନାନ୍ତର କରାଯାଇଛି l