-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ସାଲେପୁର: ସାଲେପୁର ବ୍ଲକ୍ କଟରପା ପଞ୍ଚାୟତ ର କଟରପା ଗ୍ରାମର ଅନାଦି ଦାସ ଙ୍କ ଛଅ ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ଧୂପ ବତୀରୁ ଅଗ୍ନି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ଛଅ ବଖରା ଘର ସହିତ ୩୦ ବସ୍ତା ଉଷୁନା ଧାନ,୨୦ ବସ୍ତା ଅରୁଆ ଧାନ ,ଚାଉଳ,ମୁଗ,ବିରି, ଟଙ୍କା ପଇସା, ଲୁଗାପଟା ଓ ଘରର ସମ୍ପୁର୍ଣ୍ଣ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳ ଅନାଦି ଦାସ ଙ୍କ ଗୋଡ଼ ଓ ହାତରେ ନିଆଁ ଲାଗିଯିବାରୁ ଫୋଟକା ହୋଇଯାଇଛି। ପରିବାର କିପରି ଚଳିବ ଏନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ପତି ଘଟଣା ସ୍ଥଳରେ ପହଞ୍ଚି ପରିବାରକୁ ଆଶ୍ଵସନା ଦେବା ସହିତ ତୁରନ୍ତ ସରକାରୀ ସ୍ତରରେ ସାହାଯ୍ୟ ଯୋଗାଇଦେବାକୁ ସାଲେପୁର ତହସିଲଦାର ଙ୍କୁ ଅନୁରୋଧ କରିଛନ୍ତି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ )