-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ଗୋଶାଳା,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ବର୍ତ୍ତମାନ କରୋନା ସଂକଟ ସମୟରେ ସମସ୍ତେ ରୋଜଗାର ହରାଇ ଚିନ୍ତାରେ ପଡି ରହିଥିବାବେଳେ,ଗରିବ,ଅସହାୟ ମାନେ ଭୋକ ଉପାସରେ ଜୀବନ ବିତାଉଛନ୍ତି I ଏତିକି ବିପଦ ସମୟରେ ଗରିବ ଅସହାୟମାନଙ୍କ ମନର କଥାକୁ ହୃଦୟଙ୍ଗମ କରି ସମ୍ବଲପୁର ଜ଼ିଲ୍ଲା ଧନକଉଡା ବ୍ଲକ କଳାମାଟି ପଞ୍ଚାୟତ ପକ୍ଷରୁ ଅସହାୟ ଲୋକଙ୍କୁ ଚିହ୍ନଟ କରି ଗାଁ ଗାଁ ବୁଲି ସେମାନଙ୍କୁ ଡାଲମା ଭାତ ରନ୍ଧାଖାଦ୍ୟ ପୁଡିଆ ବଣ୍ଟନ କରାଯାଉଛି।ଏହି ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଜାରିରହିବ ବୋଲି ସରପଞ୍ଚ ଶ୍ରୀହରୀ ନାଗ ସୂଚନା ଦେଇଛନ୍ତି। ସରପଞ୍ଚଙ୍କ ଏପରି ଏକ ପଦକ୍ଷେପକୁ ଜନସାଧାରଣ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି।