-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ଗୋଶାଳା,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୩୦ତମ ତିରୋଧାନ ଦିବସ ଉପଲକ୍ଷେ ବୁର୍ଲା ଶାସ୍ତ୍ରୀ ଛକ ଠାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ବୁର୍ଲା ନଗର କଂଗ୍ରେସ ପୂର୍ବତନ ସଭାପତି ଶିବ ଦଳେଇ, ଗିରିଜା ନାୟକ,ବରିଷ୍ଟ କଂଗ୍ରେସ ନେତା ତ୍ରିଲୋଚନ ମହାନନ୍ଦ, ପୂର୍ବତନ ୱାର୍ଡମେମ୍ବର ଭୁବନ ବିଶ୍ୱାଳ,ମୁନ୍ନା ମେହେର ,ମନୋରଞ୍ଜନ ପଟ୍ଟନାୟକ , ସୁରେନ୍ଦ୍ର ବେହେରା,ଈଶ୍ୱର ପ୍ରଧାନ, ଓକିଲ ଖମାରି ପ୍ରମୁଖ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତି ଚାରଣ କରିବା ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ I ଏହାପରେ ବୁର୍ଲା ଜୁନାପାଣି ସ୍ଥିତ କୁଷ୍ଠରୋଗୀ କଲୋନୀ ରେ ଶିଶୁ ମାନଙ୍କୁ, ମାସ୍କ,ସାନିଟାଇଜର ସହ ଖାତା,କଲମ,ପେନସିଲ, ବିସ୍କୁଟ ଇତ୍ୟାଦି ବଣ୍ଟନ କରାଯାଇଥିଲା I