-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଆମ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ସବୁ ବେଳେ ଗରିବ, ଅସହାୟ ଦୁଃଖୀଙ୍କ ସେବାରେ ସଦାସର୍ବଦା ସମର୍ପିତ । ବିଗତ ଦିନରେ ଅନେକ ଅସହାୟ ବ୍ଯକ୍ତିଙ୍କ ଶବ ସତ୍କାର କରି ଚର୍ଚ୍ଚା ରେ ରହିଛି। ସେହିପରି ଆଜି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ନିକଟରେ ତମ୍ବୁ କରି ରହୁଥିବା ଲୋକଙ୍କୁ ଦିନ ଓ ରାତି ର ଖାଦ୍ୟ ବଣ୍ଟନ କରାଯାଇଛି । ଲୁହୁରା କାମ କରି ପ୍ରତିପୋଷଣ କରୁଥିବାର ୨୦ ପରିବାରର ପ୍ରାୟ ୪୫ ରୁ ଉର୍ଦ୍ଧ ଲୋକଙ୍କୁ ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ଓ ବିଏସ୍ ଏରୋବିକ୍ ଆଣ୍ଡ ଫିଟନେସର ସଭ୍ୟ ସ୍ଵାତି ପଟ୍ଟନାୟକ, ମନିସ ଓ ମାମି ରନ୍ଧନ ଖାଦ୍ୟ ଓ ଅଣ୍ଡା ଖାଇବାକୁ ଦିଆଯାଇଥିବା କହିଛନ୍ତି।