-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ବଲାଙ୍ଗୀର(ପ୍ରେରଣା ଖବର) :ଡ. ସୁଧିର ପରିଚ୍ଛା ବଲାଙ୍ଗୀର ଜିଲ୍ଲା କୃଷକ ସମାଜର ଅନ୍ୟତମ ଶାଣିତ ସ୍ଵର ତଥା ଚାଷୀ ମୂଲିଆଙ୍କ ସାଥୀ ଭାବେ ସମଗ୍ର ରାଜ୍ୟରେ ଜଣାଶୁଣା ଥିଲେ। ଜିଲ୍ଲାର ବିଭିନ୍ନ ସମସ୍ୟା ପାଇଁ ସେ ନୀରବଛିନ୍ନ ଭାବରେ ସ୍ଵର ଉତ୍ତୋଳନ କରୁଥିଲେ । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟକୁ ଦ୍ଵରାନ୍ଵିତ କରିବା ପାଇଁ ହେଉ କି ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ହେଉ ସେ ସବୁ ସମୟରେ ଜଣେ ଜାଗ୍ରତ ଗ୍ରହରୀ ଭାବେ ସକ୍ରିୟ ଥିଲେ । ସାର ଓ କୀଟନାଶକ ଔଷଧର କଳାବଜାର କୁ ରୋକିବା ପାଇଁ, ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ଓ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଅନେକ ଆନ୍ଦୋଳନର ସେ ନେତୃତ୍ଵ ନେଇଥିଲେ । ମହୁଲ ର ସରକାରୀ ଦର ବୃଦ୍ଧି ପାଇଁ ମଧ୍ୟ ସେ ଉଦ୍ୟମ ଜାରି ରଖିଥିଲେ । ତାଙ୍କର ଅକାଳ ବିୟୋଗରେ ବଲାଙ୍ଗୀର ଜିଲ୍ଲାର ଏକ ଶାଣିତ ସ୍ଵର ନିରବୀ ଯାଇଛି ବୋଲି ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗ ଦେଇଥିବା ବକ୍ତା ମାନେ ମତ ପ୍ରକାଶ କରିବା ସଙ୍ଗେ ଜିଲ୍ଲା ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ଦର୍ଶାଇ ଥିଲେ । ଜିଲ୍ଲା ଘରୋଇ ବସ ମାଲିକ ସଂଘର ଆବାହକତ୍ଵ ରେ ଆଭାସୀ ମୋଡରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସଭାପତି ହେମନ୍ତ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଡ. ପରିଚ୍ଛା ବହୁମୁଖୀ ପ୍ରତିଭାର ସମ୍ପନ୍ନ ବ୍ୟକ୍ତିତ୍ଵ ଥିଲେ ବୋଲି ବକ୍ତାମାନେ ମତ ଦେଇଥିଲେ । ଚାଷୀ ମାନଙ୍କ ବାସ୍ତବ ସମସ୍ୟାକୁ ସେ ଉତଥାପନ କରୁଥିଲେ ବୋଲି ଅନେକେ ତାଙ୍କର ସ୍ତୃତିଚାରଣ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନରେ ତାଙ୍କର ଯୋଗଦାନକୁ ଭୁଲି ହେବ ନାହିଁ ବୋଲି ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଥିବା ବେଳେ କ୍ଷେତ ମନଦୂର କିଷାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଓ କୃଷକ ସ୍ଵାର୍ଥ ପାଇଁ ତାଙ୍କର ଅବଦାନକୁ ମନେ ପକାଇଥିଲେ । ସୋନପୁର କଲେଜ ଅଧ୍ୟକ୍ଷ ତରୁଣ ମିଶ୍ର ୧୯୭୬ ବ୍ୟାଚ ମ୍ୟାଟ୍ରିକ ବ୍ୟାବ ବନ୍ଧୁ ମାନଙ୍କ ଭିତରେ ତାଙ୍କର ସହଭାଗୀତା ସମ୍ପର୍କରେ କହିଥିଲେ । ବରିଷ୍ଠ ସମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ, ବୀରେନ୍ଦ୍ର ଟାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଚାଷୀ ନେତା ଜତି ପଧାନ, ଅରୁଣ ମିଶ୍ର, ବଲାଙ୍ଗୀର ଯୁବ ଆକ୍ସନ କମିଟୀର ବିନୋଦ କାଲସାଏ, କମଳ ଚକ୍ରବର୍ତ୍ତି ଓ ଓମ ପ୍ରକାଶ ଚନ୍ଦ ଗଭୀର ଶ୍ରଦ୍ଧାଞଳୀ ଜ୍ଞାପନ ପୂର୍ବକ ସ୍ତୁତି ଚରଣ କରିଥିଲେ । ବସ ମାଲିକ ସଂଘର ସମ୍ପାଦକ ପ୍ରଦ୍ୟୁତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବସ ମାଲିକ ସଂଘର କୋଷାଧକ୍ଷ ଶିବ ଶଙ୍କର ପଟେଲ, ବରିଷ୍ଠ ସଭ୍ୟ ଡମ୍ବରୁଧର ଆଚାର୍ଯ୍ୟ, ଅକ୍ଷୟ କଣ୍ଟା,ମାନସ ରଞ୍ଜନ ନାୟକ, ସୁନୀଲ କୁମାର ମିଶ୍ର, ସଞ୍ଜିବ ପଣ୍ଡା, ହିମାଂଶୁ ନାୟକ , ଲିକୁନ ଆଚାର୍ଯ୍ୟ, ଭବାନୀ ପଟେଲ, ସତ୍ୟ ପ୍ରକାଶ ପତି, ଅରୁଣ ବରାଇ, ପ୍ରଶାନ୍ତ ପଣ୍ଡା, ଦେବଦତ୍ତ ବେହେରା, ଚନ୍ଦ୍ରମଣି ତ୍ରିପାଠୀ,ଶଙ୍କର ପଟ୍ଟନାୟକ, ଜିତେନ୍ଦ୍ର ଭୋଇ ,ପ୍ରାଣନାଥ ପ୍ରଧାନ ଓ ସାମ୍ବାଦିକ ପ୍ରଶାନ୍ତ ମହାକୁର ଯୋଗ ଦେଇଥିଲେ ।