-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ପୁରୀ- (ସମୀର ରଞ୍ଜନ ନାୟକ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ପରିସରରେ ଜିଲ୍ଲା କୋଭିଡ କେୟାର ହସପିଟାଲର ଭିଡିଓ କନଫେରନ୍ସି ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏହି ହସପିଟାଲରେ ୯୦ଟି ସାଧାରଣ ଶଯ୍ୟା, ୨୦ଟି ଆଇସିୟୁ, ୪୦ଟି ଏଚ୍ ଡି ୟୁ ଶଯ୍ୟା ରହିଛି ଯାହା ଭୁବନେଶ୍ବର ଏବଂ କଟକ ଭଳି ଉନ୍ନତ ଚିକିତ୍ସା ପ୍ରଦାନ କରିବାରେ ସହାୟକ ହେବ । ଆବଶ୍ୟକ ପଡିଲେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ପାଇପ ଲାଇନ ମାଧ୍ୟମରେ ଅମ୍ଲଜାନ ଯୋଗାଣ ସଂଯୋଗ କରାଯାଇଛି ଏବଂ ଅତ୍ୟାଧୁନିକ ପରୀକ୍ଷଣର ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ସମ୍ ହସପିଟାଲ ସହଯୋଗରେ ଏହି ହସପିଟାଲ ପ୍ରତିଷ୍ଠା କରାଯାଇଛି । ମହାମାରୀ ସମୟରେ ଉକ୍ତ କରୋନା ହସପିଟାଲ ଜିଲ୍ଲାବାସୀଙ୍କ ନିମନ୍ତେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା, ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାଶ, ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ସାଂସଦ ପିନାକୀ ମିଶ୍ର ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଇ- ଗଭର୍ଣ୍ଣାନ୍ସ ମ୍ୟାନେଜର ପିୟୂଷ ଚକ୍ରବର୍ତ୍ତୀ ଭିଡିଓ କନଫରେନ୍ସିରେ ସହଯୋଗ କରିଥିଲେ ।