-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ବଲାଙ୍ଗିର(ପ୍ରେରଣା ଖବର): ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଖୁବ ଭୟାନକ ରହିଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ବଲାଙ୍ଗିରରେ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି । ଏପରି ପରିସ୍ଥିତିରେ ରୋଗୀ ପାଇଁ ପ୍ରାଣ ରକ୍ଷକ ଭେଣ୍ଟିଲେଟରର ପର୍ଯ୍ୟାପ୍ତ ସୁବିଧା ନଥିବା ଯୋଗୁଁ ବଲାଙ୍ଗିରରେ ସ୍ୱାସ୍ଥ୍ୟ ସେବାର ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭେଣ୍ଟିଲେଟର ଅଛି କିନ୍ତୁ ଆବଶ୍ୟକୀୟ ଟେକ୍ନିସିଆନଙ୍କ ଅଭାବ ଯୋଗୁଁ ବର୍ତ୍ତମାନ ତାହା ହସ୍ପିଟାଲରେ ଏକ ପ୍ରକାରରେ ଖତ ଖାଉଛି । ବର୍ତ୍ତମାନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ୨ଠଟି ଭେଣ୍ଟିଲେଟର ଅଛି କିନ୍ତୁ ଦେଖନ୍ତୁ କିପରି କନା ଗୁଡା ହୋଇ ଏହି ଫଟୋରେ ଭେଣ୍ଟିଲେଟର ଶୋଭା ପାଉଛି । ଏ ନେଇ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଭେଣ୍ଟିଲେଟର ର ସ୍ଥାୟୀ ସୁବିଧା ପ୍ରଦାନ କରାଯାଇ ପାରି ନାହିଁ । ରୋଗୀ ଗୁରୁତର ଥିବା ବେଳେ ଭେଣ୍ଟିଲେଟରର ଅଭାବ ଯୋଗୁଁ ରୋଗୀ ମାନେ ବଲାଙ୍ଗୀରରୁ ବାଧ୍ୟ ହୋଇ ବୁର୍ଲା କିମ୍ବା କଟକକୁ ସ୍ଥାନାନ୍ତର ହେଉଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଆଇସିୟୁ ରେ ଥିବା ୧୬ ଟି ବେଡ ମଧ୍ୟରୁ କୌଣସି ଠାରେ ଭେଣ୍ଟିଲେଟରର ସୁବିଧା ନାହିଁ । ରାଜ୍ୟ ସରକାର ଓ କିମ୍ସର ମିଳିତ ଆନୁକୂଲ୍ୟରେ ଖୋଲା ଯାଇଥିବା କୋଭିଡ ହସ୍ପିଟାଲ ରେ ଥିବା ୧ଠ ଟି ଭେଣ୍ଟିଲେଟର ମଧ୍ୟରୁ ୬ଟି ଭେଣ୍ଟିଲେଟର କାମ ଦେଉ ନାହିଁ । ଆବଶ୍ୟକ ଟେକ୍ନିସିଆନ ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ବଲାଙ୍ଗିରରେ ଭେଣ୍ଟିଲେଟର ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି ଏବଂ ଏଥି ଯୋଗୁଁ ଅନେକ
ଯୋଗୁଁ ଅନେକ କୋଭିଡ ଓ ଅକୋଭିଡ ରୋଗୀଙ୍କ ଅକାଳରେ ଜୀବନ ଯାଉଛି । ତେବେ ବଲାଙ୍ଗୀରବାସୀଙ୍କ ଜୀବନ ରକ୍ଷା ପାଇଁ ବିଭିନ୍ନ କାରଣରୁ ଅଚଳ ହୋଇ ପଡିଥିବା ଭେଣ୍ଟିଲେଟର ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରିବା ଜରୁରୀ ବୋଲି ମତପ୍ରକାଶ ପାଇଛି । ଏ ଦିଗରେ ବଲାଙ୍ଗିର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।