-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ନର୍ଲା( ସଞ୍ଜୀବ ଦାସ)
ଆଜି ନର୍ଲା ଚାରିଛକର ନିକଟ ରେ ଏକ ଥଣ୍ଡା ବୋଝେଇ ଟ୍ରକ (ଗାଡି ନଂ ଓଆର ୦୮ଡି୮୧୩୩) ଭାରସାମ୍ୟ ହରାଇ ଘର ଭିତରକୁ ଧସେଇ ପଶି ଯାଇଛି।ଲକଡାଉନରେ ରାସ୍ତା ଫାଙ୍କା ଥିବା ଯୋଗୂ ଦୃତ ଗତିରେ ଆସୁଥିବା ବେଳେ ରାସ୍ତା ପାରି ହେଉଥିବା ଜଣେ ବ୍ୟକ୍ତି ଙ୍କୁ ବଞ୍ଚାଇବାକୁ ଯାଇ ଏହି ଭଳି ଦୁର୍ଘଟଣା ଘଟାଇଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ଭାଗ୍ୟ ବଶତଃ କେହି ମୃତାହତ ହୋଇ ନଥିବା ବେଳେ ଟ୍ରକ ଡ୍ରାଇଭର ନର୍ଲା ଥାନାରେ ଅଟକ ଅଛି।
ଟ୍ରକ ଧକ୍କାରେ ଘର ସମ୍ମୁଖରେ ଥିବା ଏକ ହୁଣ୍ଡାଇ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ନର୍ଲା ପୋଲିସ ଓ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ପହଞ୍ଚି ଦୁର୍ଘଟଣା ଉପରେ ତଦନ୍ତ ଆରମ୍ଭ କରିଛନ୍ତି