-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ବ୍ରହ୍ମପୁର(ଉମା ମହାରଣା) : ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଗୋପାଳ ଦାଶଙ୍କ କନ୍ୟା ତଥା ସ୍ବର୍ଗତ ରମେଶ ଚନ୍ଦ୍ର ପାଣିଗ୍ରାହୀ(ଶିକ୍ଷକ)ଙ୍କ ଧର୍ମପତ୍ନୀ ଶାରଦା କୁମାରୀ ପାଣିଗ୍ରାହୀଙ୍କର 71ବର୍ଷ ବୟସରେ ଆଜି ଦେହାନ୍ତ ହୋଇଛି। କୋଭିଡରେ ଆକ୍ରାନ୍ତ ହୋଇ କିଛି ଦିନ ଅଶୋକନଗର ସ୍ଥିତ ନିଜ ବାସଭବନରେ ଗୃହ ସଂଗରୋଧରେ ରହିଥିଲେ। ପରେ ସ୍ୱାସ୍ଥ୍ୟ ଖରାପ ହେବା ପରେ ଗତ 2ତାରିଖରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ 8ଟା ସମୟରେ ଶାରଦା ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କ ନିକଟରେ ତାଙ୍କ କନ୍ୟା ରଶ୍ମିତା ପାଣିଗ୍ରାହୀ ଉପସ୍ଥିତ ଥିଲେ। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତେଷ୍ଟି ସମ୍ପନ୍ନ ହୋଇଥିବା ବେଳେ ଝିଅ ରଶ୍ମିତା ମାଙ୍କୁ ମୁଖାଗ୍ନି ଦେଇ ଶେଷକୃତ୍ୟ କରିଥିଲେ।