-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
18-May-2021
ବଲାଙ୍ଗୀର,(ପ୍ରେରଣା ଖବର)- ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ଟୀକାକରଣ ବାଧାପ୍ରାପ୍ତ ହୋଇଛି ବୋଲି ବ୍ଲକ ଅଧ୍ୟକ୍ଷା ରୀନା ମେହେର ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରଣାଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି । ଡାଟା ଏଣ୍ଟ୍ରି ଅପରେଟର ଓ ଭେକ୍ସିନେଟର ପଦବି ଖାଲି ଥିବାରୁ ଏହି ଟୀକାକରଣ ବାଧାପ୍ରାପ୍ତ ହୋଇଛି ବୋଲି ମଧ୍ୟ ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି । କରୋନାର ଦ୍ୱିତୀୟ ଏକ ଭୟାବହ ରୂପ ନେଇଛି । ବଲାଙ୍ଗୀରରେ ମଧ୍ୟ ଏହାର କରାଳ ରୂପ ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ପ୍ରଶାସନ ତରଫରୁ ଦେଓଗାଁ ବ୍ଲକର ଅର୍ଜୁନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବନ୍ଧପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ ଟୀକାକରଣ କେନ୍ଦ୍ର ଖୋଲାଯିବ ସହିତ ଟୀକାକରଣ ମଧ୍ୟ ଚାଲିଛି । ତେବେ ଦେଓଗାଁ ବ୍ଲକର କରୁଆଁଝର ଓ ଗୌରଗୋଠ ଠାରେ ଦୁଇଠି ଆର୍ୟୁବେଦିକ ଚିକିତ୍ସା କେନ୍ଦ୍ର ରହିଛି । ଏହି ଦୁଇଟି କେନ୍ଦ୍ରକୁ ମଧ୍ୟ ଟୀକାକରଣ କେନ୍ଦ୍ର କରାଯାଇପାରେ । ଅନସୂଚିତ ଜାତି , ଜନଜାତି ଓ ପଛୁଆ ବର୍ଗ ବହୁଳ ଅଂଚଳ ହେଉଛି ଦେଓଗାଁ ବ୍ଲକ । ସମସ୍ତଙ୍କୁ କିଭଳି ଭାବେ ଟୀକାକରଣ କରାଯାଇପାରିବ ତାହା ଏକ ବଡ ଆହ୍ୱାନ । ଆଗାମୀ ଦିନରେ ୧୮ ରୁ ୪୪ ବର୍ଷର ଲୋକଙ୍କୁ ଟୀକା ପ୍ରଦାନ କରାଯିବ । ସାମ୍ପ୍ରତିକ ସମୟରେ ବ୍ଲକରେ କେବଳ ୩ ଟି କେନ୍ଦ୍ରରେ ଟୀକାକରଣ ହେଉଛି । ୧୮ ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଯେତେବେଳେ ଟୀକା ପ୍ରଦାନ କରାଯିବ , ସେତେବେଳେ ଏହି ୩ କେନ୍ଦ୍ର ଉପରେ ଗୁରୁତର ବୋଝ ପଡିବ । ସେହି ଦୃଷ୍ଟିକୋଣରୁ ତଥା ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାମଚନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଟା ଏଣ୍ଟ୍ରି ଅପରେଟର ସହିତ ଭେକ୍ସିନେଟର ନିଯୁକ୍ତି କରିବା , କରୁଆଁଝର ଓ ଗୌଡଗୋଠରେ ଥିବା ଆୟୁର୍ବେଦିନ ଚିକିତ୍ସା କେନ୍ଦ୍ରକୁ ଟୀକାକରଣ କେନ୍ଦ୍ର ଭାବେ ଆରମ୍ଭ କରିବା ପାଇଁ ଶ୍ରୀମତୀ ମେହେର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।