-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
18-May-2021
ସାଲେପୁର: ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିନରେ ଥିବା ରାମେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟିକା ନେବା କୁ କେନ୍ଦ୍ରକରି ଜଣେ ମହିଳା ଷ୍ଟାଫ ନର୍ସ ଙ୍କୁ ଦୁଇ ଜଣ ଅସାମାଜିକ ଯୁବକ ଅସଦାଚରଣ କରିବା ସହିତ ତାଙ୍କ ଭାଇ ଙ୍କୁ ମାଡ଼ ମାରିଥିବା ନେଇ ଜପକୁଦ ଫାଣ୍ଡିରେ ଲକ୍ଷ୍ମୀ ପ୍ରିୟା ପ୍ରଧାନ ଲିଖିତ ଅଭିଯୋଗ କରିଛନ୍ତି ।ଏଠି ପ୍ରଶ୍ନ ଉଠୁଛି ଯେ କୋଭିଡ୍ ସମୟରେ ନିଜ ଜୀବନ କୁ ଉତ୍ସର୍ଗ କରି ସେବା ଯୋଗାଉଥିବା ଲକ୍ଷ୍ମୀ ପ୍ରିୟା ଓ ତାଙ୍କ ପରିବାର କୁ ଗାଳିଗୁଲଜ କରିବା କେତେ ଦୂର ଯଥାର୍ଥ ।କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ଵତନ୍ତ୍ର ଭାବେ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଥିବା ବେଳେ ଏହା ସାଧାରଣରେ ଆଲୋଚ୍ୟ ର ବିଷୟ ହୋଇଛି।ଏବେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।( ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)