-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
18-May-2021
ଲଇଡା,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ଅଞ୍ଚଳରେ ଦିନକୁ ଦିନ କରୋନା ରୋଗୀ ବୃଦ୍ଧି ପାଉଥିବା ବେଳେ ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ନ ମିଳିବାରୁ ଜନସାଧାରଣ ନାହଁ ନ ଥିବା ର ଅସୁବିଧା ସସ୍ଖୁଖୀନ ହେଉଛନ୍ତି I ଲଇଡା, ରେଙ୍ଗଲୋଇ ଓ କିନାଲୋଈ ପଞ୍ଚାୟତ, ଜମନକିରା ବ୍ଳକ ର ମହଦା ଓ କେନାଢିପା ପଞ୍ଚାୟତ ତଥା କୁଚିଣ୍ଡା ବ୍ଳକ ର କୁଟୁରାଚୁଆଁ ଓ କୁଡାପରା ପଞ୍ଚାୟତ ର ରୋଗୀ ମାନେ ଲଇଡା କୁ ଆସି ଔଷଧ ଦୋକାନ ମାନଙ୍କରେ ଔଷଧ କିଣୁ ଥିବାରୁ ବହୁତ ଭିଡ ଦେଖିବାକୁ ମିଳୁଛି। କିନ୍ତୁ, କରୋନା ଟିକା ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ନ ଥିବା ଜଣାପଡିଛି। ଚଳିତ ମଇ ମାସରେ କେବଳ ୯ ତାରିଖ ଦିନ ଦ୍ବିତୀୟ ଡୋଜ୍ ବ୍ୟକ୍ତିମାନଙ୍କୁ ଦିଆଯାଇଅଛି। ପୁଣି ଦ୍ବିତୀୟ ଡୋଜ ନେବା ପାଇଁ ବହୁ ସଂଖ୍ୟକ ବ୍ୟକ୍ତିମାନେ ଅପେକ୍ଷା କରିଛନ୍ତି। ପ୍ରଥମ ଡୋଜ କେବେ ଦିଆଯିବ ଆଜି ପୟ୍ୟନ୍ତ ଜଣାପଡିନି । କିନ୍ତୁ, ଏପଟେ କରୋନା ରୋଗୀ ବୃଦ୍ଧି ପାଉଅଛି। ଲଇଡା ରେ ହେବାକୁ ଥିବା କୋଭିଡ କେୟାର ସେଣ୍ଟର ମଧ୍ୟ କେବେ କାର୍ଯ୍ୟକ୍ଷମ ହେବ ତାହା ଅନିଶ୍ଚିତତା ମଧ୍ୟରେ ଗତି କରୁଛି ।
ରେଙ୍ଗାଲି ବ୍ଳକ ର ବିଭିନ୍ନ ସ୍ଥାନରେ କାର୍ୟରତ ସାମ୍ବାଦିକ ଓ ଖବରକାଗତ ବିତରଖ ମାନଙ୍କୁ ମଧ୍ୟ କରୋନା ଟିକା ଦେବାରେ ଉପେକ୍ଷା କରାଯାଉଥିବା ଦେଖିବାକୁ ମିଳୁଛି। ଗତ ୯ ତାରିଖ ଦିନ ରେଙ୍ଗାଲି ର ପୂର୍ବତନ ବିଧାୟକ ରମେଶ ପଟୁଆ, ରେଙ୍ଗାଲି ବିଡିଓ , ତହସିଲଦାର,କତରବଗା ଆଇଆଇସି,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ତଥା ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କ ଉପସ୍ଥିତ ରେ ଘର ଘର ବୁଳି ଜ୍ବର ହେଉଥିବା ବ୍ୟକ୍ତିମାନଙ୍କୁ ଔଷଧ କିଟ୍ ଦେବା ପାଇଁ ନିଷ୍ପିତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ ।