-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Oct-2020
କଳାହାଣ୍ଡି/କୋକସରା(ତ୍ରିନାଥ ବେଶ୍ରା) ସରକାର ଗରିବ ନିରୀହ ଲୋକମାନଙ୍କ ପାଇଁ ଆବାସ ଯୋଜନାରେ ଗୃହ ଯୋଗାଇ ଦେଉଥିବା କହି ଡିଣ୍ଡିମ ମାରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନପୋଡ଼ାଗୁଡା ଗ୍ରାମ ପଞ୍ଚାୟତ ରାଜସ୍ୱ ଗ୍ରାମ ଅଧୀନରେ ଥିବା ୫ଟି ଗାଁର ଲୋକେ ଗତ ୫ ବର୍ଷ ହେଲା ଆବାସ ଯୋଜନାରେ ଘର ପାଉନଥିବା ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ ସାନପୋଡାଗୁଡ଼ା ଗ୍ରାମପଂଚାୟତ ଅଧୀନରେ ଥିବା କୁଳେରଗୁଡା,ସୌରୀପଡା,କଲୋନୀପଡା, ଆମପଡା, ସିନାପଡା ସମେତ ପୋଡ଼ାଗୁଡା ଗାଁରେ ରହୁଥିବା ଅନେକ ବାସହିନ ପରିବାରକୁ ୫ବର୍ଷ ହେଲା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ ।
ଏନେଇ ପଂଚାୟତ,ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ, ବିଧାୟକ ଙ୍କ ଦୃଷ୍ଟି ଗୋଚର କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ।
ଏଣୁ ସେମାନେ ବିଜେପି ଯୁବନେତା ଲଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଗ୍ରାମବାସୀ କୋକସରା ବିଡ଼ିଓ ମନୀଷା ଦାସଙ୍କୁ ଭେଟି ଦାବିପତ୍ର ଦେଇଥିଲେ ।
ଆଗାମୀ ଦିନରେ ଘର ନମିଳିଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଏନେଇ ବିଡ଼ିଓଙ୍କୁ ପଚାରିବାରୁ ସେମାନଙ୍କ ଇନକ୍ଳଉଜନ ତାଲିକା ହୋଇଯାଇଛି ଆସନ୍ତା ବର୍ଷରୁ ମିଳିବ ବୋଲି କହିଛନ୍ତି ।