-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ): କରୋନା ସଂକ୍ରମଣ ଦୃତ ଗତିରେ ବ୍ୟାପୁଥିବାରୁ ରାଜ୍ୟରେ ସମସ୍ତ ଫିଲ୍ମ,ସିରିଏଲ ସୁଟିଂ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହି ସମୟରେ ସମସ୍ତ ପ୍ରକାର ଇନର୍ଡୋ, ଆଉଟର୍ଡୋ ସୁଟିଂ ବନ୍ଦ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଏନେଇ ସମସ୍ତ ବିଭାଗକୁ ପଦକ୍ଷେପ ଗ୍ରହଣ ପାଇଁ ଏସଆରସି ନିର୍ଦେଶଦେଇଛନ୍ତି ।
ତେଣୁ ରାଜ୍ୟରେ ଚାଲିଥିବା ସମସ୍ତ ସୁଟିଂ ଏବେ ବନ୍ଦ ରହିବ । ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ସୁଟିଂ ହୋଇପାରିବ ନାହିଁ କୌଣସି ଫିଲ୍ମ ଓ ସିରିଏଲ୍ ବୋଲି ସୂଚନା ମିଳିଛି । ରାଜ୍ୟରେ ଗତ କିଛି ଦିନ ହେଲା ଲଗାତାର ଭାବରେ ସଂକ୍ରମଣ ବଢିବାରେ ଲାଗିଛି । ତେଣୁ ସଂକ୍ରମଣକୁ ରୋକିବାକୁ ସରକାର ଏମିତି ନିଷ୍ପତ୍ତି ନେଇଥିବା କୁହାଯାଇଛି । ରାଜ୍ୟରେ ଆଜି ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ଜୀବନ ନେଇଛି କରୋନା ।
ଦିର୍ଘ ଦିନ ଧରି ଫିଲ୍ମ ସୁଟି ବନ୍ଦ ଯୋଗୁ ରାଜ୍ୟରେ କଳାକାରମାନେ ଚିନ୍ତାରେ ପଡିଯାଇଛି । ସେହିପରି ଯାତ୍ରା ଉପରେ ମଧ୍ୟ ପୂର୍ବରୁ କଟକଣା ଲଗାଯାଇଛି । ଦେଶରେ ସଂକ୍ରମଣ ହାର କରୁଥିବା ବେଳେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ନାଁ ଧରୁନି । ଏପରି ସ୍ଥଳେ ରାଜ୍ୟରେ ଲକଡାଉନ ଅବଧି ବଢିପାରେ ବୋଲି କୁହାଯାଉଛି ।