-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ବଲାଙ୍ଗୀର(ପ୍ରେରଣା ଖବର): କରୋନାରେ ମୃତ୍ୟୁବରଣ ସ୍ଥାନୀୟ ଲୋକଙ୍କ ଅନ୍ତିମ ସମୟରେ କlନ୍ଧ ଦେବାପାଇଁ ନିଜର ରକ୍ତ ସମ୍ପର୍କୀୟ ମାନେ ବାହାରୁ ନଥିବା ବେଳେ ଏପରି ସମୟରେ ମୃତକଙ୍କ ଶବ ସତ୍କାର କରିଛନ୍ତି ବଲାଙ୍ଗିରର କିଛି ଉତ୍ସାହି ଯୁବକ l ଏହି ଯୁବକ ମାନେ ପ୍ରକୃତରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି l
ଆନନ୍ଦ ନଗର ନିବାସୀ କବିର ଭୋଇ(52)ଙ୍କ ଦେହ ଅସୁସ୍ଥ ହେବା ପରେ ବଲାଙ୍ଗୀର ଠାରୁ କଟକ ହସ୍ପିଟାଲକୁ ନେଇ ଯାଉଥିବା ବାଟରେ ତାଙ୍କ ଦେହାନ୍ତ ହୋଇଗଲା l କୋରୋନା ଭୟରେ ପାଖକୁ କେହି ଆସିନ ଥିଲେ ତାଙ୍କୁ ଶବ ସତ୍କାର ପାଇଁ l କେଵଳ ତାଙ୍କ ତିନି ଭାଇ ପ୍ରଦୀପ ଭୋଇ, ପ୍ରଶାନ୍ତ ଭୋଇ, ପ୍ରଣୟ ଭୋଇ ଓ ତାଙ୍କ କୋଡିଏ ବର୍ଷ ର ପୁଅ ଘାସିରାମ ଭୋଇ ଥିଲେ, ଏହି ଘଡ଼ିସନ୍ଧି ମୁହୂର୍ତ୍ତ ରେ l ଅସହାୟର ବନ୍ଧୁ ସାଜି ମଣିଷତ୍ୱ ଦେଖାଇ ସହଯୋଗ ର ହାତ ବଢ଼ାଇ ଥିଲl ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ଓ ସଂଗଠନର ସନ୍ତୋଷ ପଟ୍ଟନାୟକ ,ଗୋବିନ୍ଦ ଶତପଥି , ପାର୍ଥ କରଣ , ଦେବରାଜ ମହାନନ୍ଦ,ଦେବରାଜ ନାଗ , ସନ୍ତୋଷ କର୍ମୀ , ଅଜୟ ନାଗ ,ଆଲୋକ ଭୋଇ, କାନ୍ତ ସାହୁ ଓ ରାକେଶ l ଏମାନେ ସମସ୍ତେ ବାହାରି ପି ପି ଇ କୀଟ ପିନ୍ଧି ଶବ
ସତ୍କାର କରିବାକୁ ଯାଇ ସ୍ଥାନୀୟ ଆର୍ ଟି ଓ ଛକ ସ୍ଥିତ ସ୍ମଶାନ (ସ୍ୱର୍ଗଦ୍ୱାର)ଠାରେ ଦିନ ତମାମ ଶବ ସତ୍କାର କରିଥିଲେ l ସେଠି ତାଙ୍କ କୋଡିଏ ବର୍ଷର ପୁତ୍ର ଘାସିରାମ ଭୋଇ ତାଙ୍କୁ ମୁଖାଗ୍ନି ଦେଇଥିଲେ l ବଲାଙ୍ଗିର ସ୍ଵେଚ୍ଛାସେବୀ ସଂଗଠନର ଏହି ସାମାଜିକ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l