-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ଟିଟିଲାଗଡ,(ପ୍ରେରଣା ଖବର): ଟିଟିଲାଗଡ ରେଞ୍ଜ ଅଞ୍ଚଳରେ କାଠ ମାଫିଆଙ୍କ ଦ୍ୱାରା ବିପୁଳ ପରିମାଣରେ ନିୟମିତ ଖୋଲାଖୋଲି ଗଛ କାଟ ଚଳିଥିବା ଓ କାଠ ମାଫିଆଙ୍କ ସହ ଜଙ୍ଗଲ ବିଭାଗ ଅଧିକାରୀ ବେଶ ମାଲାମାଲ ହୋଇ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ରେଞ୍ଜ ଅଧିନସ୍ଥ ବର୍ଣ୍ଣି ସ ସଂରକ୍ଷିତ ଜଙ୍ଗଲ ଓ ଲାଗି ରହିଥିବା ଅନ୍ୟ ଜଙ୍ଗଲ ମଧ୍ୟରେ ବିଭିନ୍ନ ମୂଲ୍ୟବାନ ବୃକ୍ଷ ରହିଥିବା ଓ ଉକ୍ତ ଜଙ୍ଗଲ ନିକଟରେ ଥିବା ଅନ୍ୟ ଜଙ୍ଗଲ ମଧ୍ୟରେ ବହୁ ମୂଲ୍ୟବାନ ବୃକ୍ଷରୋପଣ କରାଯାଇ ଥିଲା । ଏହି ରେଞ୍ଜ ର ସଗଡ଼ଘାଟ ଫରେଷ୍ଟ ଅଧୀନସ୍ଥ ଡୁମେର ବାହାଲ ଚେକ ଡ୍ୟାମ ନିର୍ମାଣ ପରେ ଅଧିକ ଜଙ୍ଗଲର ଅଂଶ ଗୋଳାବାରୁଦ
କାର ଖାନା ଅଞ୍ଚଳ ଅଧିନରେ ନିଆ ଯାଇଥିଲା । ଉକ୍ତ ଡୁମେର ବାହଲ ଡ୍ୟାମରୁ ନିକଟସ୍ଥ ଗୋଳାବାରୁଦ କାରଖାନାକୁ ଜଳ ଯୋଗାଣ ବ୍ୟବସ୍ଥା ଥିବାରୁ ଅଧିକାଂଶ ଅଞ୍ଚଳ ସୁରକ୍ଷିତ ରହିବା ସହ ବୃକ୍ଷ ମାନ ବଢି ଚାଲିଛି । ହେଲେ ଉକ୍ତ ଅଞ୍ଚଳରୁ ଅନ୍ୟତ୍ର ରହିଥିବା ଜଙ୍ଗଲ ଓ ସରକାରଙ୍କ ତରଫରୁ ସୃଷ୍ଟି କରାଯାଇଥିବା ନୂତନ ଜଙ୍ଗଲ ଏକ ପ୍ରକାର ଲୋପ ପାଇବାକୁ ବସିଲାଣି । ନିତିଦିନ ଜଙ୍ଗଲରୁ ବାରହା ତଥା ଅନ୍ୟ ପଶୁ,ପକ୍ଷୀ ଶିକାର ହେଉଥିବା ସହ ଦିନ,ରାତି ମୂଲ୍ୟବାନ ଗଛ ସବୁ କଟା ଚାଲି ଥିବା ବେଳେ ଜଙ୍ଗଲ ବିଭାଗ ମାସିକ କୋଟା ନେଇ ପ୍ରୋତ୍ସାହନ ଦେବା ତଥା ପ୍ରତିଦିନ ଫାସ ରେ ପଡୁଥିବା ବାର୍ହା ର ଭାଗ ନେବା ସହ ବିଭିନ୍ନ ପକ୍ଷୀ ନେଉଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଛି । ଦିନକୁ ଦିନ ଏହି ଅଞ୍ଚଳ ତତଲାଗଡ଼ ଭାବେ ପରିଚିତ ଥିବା ଓ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କେବଳ କାଗଜ,କଲମ ରେ ସୀମିତ ରହିଥିବା ଅଭିଯୋଗ ହୋଇଆସୁଛି । ସେହିପରି ଏହି କାଠ ମାଫିଆଙ୍କୁ ଗଠନ କରାଯାଇଥିବା ଗ୍ରାମ କମିଟି ବିରୋଧ କରି ତାଙ୍କ ଆକ୍ରୋସର ଶିକାର ହୋଇ ନିରବଦ୍ରଷ୍ଟା ସାଯିବା ସାର ହେଉଛି ବୋଲି ଅନେକ ଗ୍ରାମବାସୀ ଜଣାଇଛନ୍ତି । ଗତ ସୋମବାର ଦିନ ଏହି କାଠ ମାଫିଆ ସିଆଲ ବନ୍ଧ ଗ୍ରାମ କମିଟ ସଭାପତି ଙ୍କୁ ଓ ଦୁଇ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ଓ କରମତଲା ଜଙ୍ଗଲରୁ ତିନୋଟି ସଗୁଆନ ଗଛ ଟ୍ରାକ୍ଟରରେ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ସେହିଭଳି ମାଥନ ପଲା ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଝାରଦେଉବନ୍ଧ ଜଙ୍ଗଲ ରେ ରହିଥିବା ଶିବମନ୍ଦିର ନିକଟରେ କେତେକ କାଠ ମାଫିଆ ଅନୁରୂପ ଭାବେ ବୃକ୍ଷ କାଟୁଥିବା ବେଳେ ଦେଶୀଲ ଗ୍ରାମ କମିଟି ସଦସ୍ୟ ତଥା ଉକ୍ତ ଶିବ ମନ୍ଦିର ପୂଜକ ହରେକୃଷ୍ଣ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡ଼ାକ୍ତରଖାନାକୁ
ସ୍ଥାନାନ୍ତରିତ କରାଯାଇଛି । ଗତ ଶନିବାର ଏ ନେଇ ଟିଟିଲାଗଡ ଥାନାରେ ଏତେଲା ଦେବା ପରେ ପଙ୍କଜ ବାଗ ନାମକ ଜଣେ ବ୍ୟକ୍ତିକୁ ଟିଟିଲାଗଡ ପୋଲିସ ଗିରଫ କରିଛି । ଏହି ବ୍ୟାପକ ଜଙ୍ଗଲ କାଟ ନେଇ ବିଭାଗୀୟ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦୃଢ଼ ଦାବୀ ହେଉଛି ।