-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
କଣ୍ଟାମାଳ (ଅକୃର ସାହୁ) ଲୋକଙ୍କ ଗମନାଗମନ ର ସୁବିଧା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ରାସ୍ତାଘାଟ ନିର୍ମାଣ କରୁଛନ୍ତି କିନ୍ତୁ ନିମ୍ନମାନର କାମ ଯୋଗୁଁ କିଛି ବର୍ଷ ଭିତରେ ରାସ୍ତା ଆଉ ଚାଲିବl ଉପଯୋଗୀ ହେଉନାହିଁ l ଏପରି କିଛି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ l କଣ୍ଟାମାଳ ବ୍ଳକ ବରଗାଁ ପଞ୍ଚାୟତ କୁମେଳବନ୍ଧ ଠାରୁ କାଣିସିମିଳି ରାସ୍ତାରେ ପାଣି ଜମି ରହୁଥିବlରୁ ଲୋକେ ଗମନାଗମନ କରିବା ପାଇଁ ବହୁ ଅସୁବିଧା ର ସମୁଖିନ ହେଉଛନ୍ତି । ପ୍ରସାଶନ ପାଖକୁ ବାରମ୍ଵାର ଅଭିଯୋଗ କରିଛନ୍ତି ।ଏହାର କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜନସାଧାରଣଙ୍କ ଅଭିଯୋଗ କରିଛନ୍ତି l ଏହି ରାସ୍ତା ମରାମତି ଦିଗରେ ପ୍ରଶାସନ ତତ୍ପରତା ପ୍ରକାଶ କରିବାକୁ କଣ୍ଟାମାଳ ବ୍ଲକବାସୀ ଦାବି କରିଛନ୍ତି l