-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
21-Oct-2020
ବଲାଙ୍ଗିର/ଟିଟିଲାଗଡ, ତା.୨୧.୧୦: ଗତ କିଛି ଦିନର କରୋନା ସଂକ୍ରମଣ ଉପରେ ନଜର ପକାଇଲେ ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ହାର ସାମାନ୍ୟ କିଛିଟା କମିଥିବା ଜଣାପଡିଛି । ଆଗକୁ ପର୍ବଣ ଓ ଶୀତଋତୁ ଆସୁଥିବାରୁ ଆମକୁ ଅଧିକରୁ ଅଧିକ ସତର୍କତା ତଥା ସାବଧାନତା ଅବଲମ୍ବନ କରିବାକୁ ପଡିବ ନଚେତ ଢିଲାପଣ ଦେଖାଇଲେ ସ୍ଥିତି ଗମ୍ଭିର ହେବ ବୋଲି ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ଟିଟିଲାଗଡ ଠାରେ କରୋନା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଟିଟିଲାଗଡ ଉପ-ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ଟିଟିଲାଗଡ ସହରରେ ଜିଲ୍ଲାପାଳ କର୍ଣ୍ଣ ମଲ୍ଲିକ, ଥାନା ଇନିସ୍ପେକ୍ଟର ରବିନ୍ଦ୍ର ସାହୁ, ଟିଟିଲାଗଡ ବିକାସେନା ସଭାପତି ଇଂ ଅମ୍ଲାନ ଷଡଙ୍ଗୀ ତଥା କାରାରକ୍ଷୀ ହରିଶଙ୍କର ପୁରୋହିତ ଯୋଗଦାନ କରିଥିଲେ । ଉପ-ଜିଲ୍ଲାପାଳ ମାକ୍ସ ବଣ୍ଟନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲାପରେ ସ୍ୱେଚ୍ଛାସେବୀମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ଶୋଭାଯାତ୍ରା ମାଧ୍ୟମରେ କୋର୍ଟ ଛକ, ବିଜୁ ପଟ୍ଟନାୟକ ଛକ ଦେଇ ବାଜା ବଜାଇ କରୋନା ସଚେତନତା ବାର୍ତ୍ତା ସହ ୧୫୦୦ ମାକ୍ସ ବଣ୍ଟନ କରିଥିଲେ । ଜିଲ୍ଲା ଜରୁରୀକାଳିନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ସଂପାଦକ ଶଙ୍କର୍ଷଣ ପ୍ରଧାନଙ୍କର ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ରେଡକ୍ରସ ସ୍ୱେଚ୍ଛାସେବୀ ରାମ ନାରାୟଣ ଦାଶ, ପରମାନନ୍ଦ ଭୋଇ, ସୁରେଶ କମ୍ପ, ମୀନକେତନ ଡାଙ୍ଗ, ଟିଟିଲାଗଡ ବିକାଶସେନା ସଦସ୍ୟ ଶୁଭମ୍ ଆଚାର୍ଯ୍ୟ, ଆସିଭ୍ ଖାନ, ଚନ୍ଦନ ପଣ୍ଡା, ଋତୁରାଜ ତାଣ୍ଡି, ଜଗଦିଶ ରାଉତ, ରୋହନ ଦଲେଇ, ସାହିଲ ଶର୍ମା, ଧନିରାମ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।