-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ସମ୍ବଲପୁର,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ସରକାର ସାମ୍ବାଦିକଙ୍କୁ ସମ୍ଭୁଖ କରନା ଯୋଦ୍ଧା ଭାବେ ଘୋଷଣା କରିଵା ପରେ କାର୍ଯ୍ୟରତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସାମ୍ବାଦିକ ମାନେ ଏହାର ସୁବିଧା ପାଇବେ ବୋଲି ଆଶା କରାଯାଉଥିଲା। ମାତ୍ର ଘୋଷଣାର ଦୁଇ ସପ୍ତାହ ଅତିକ୍ରମ ସତ୍ୱେ ଏହାର ସୁଫଳ ମିଳିନଥିବା ରୁ ଓ ୟୁ ଜେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।ଏହାର ନିରାକରଣ ଓ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ରାଜ୍ୟରେ ବହୁ ସାମ୍ବାଦିକଙ୍କ ଅକାଳ ବିୟୋଗ ନେଇ ସଂଘ ତୀବ୍ର ଉଦବେଗ ପ୍ରକାଶ କରିଛି। ସରକାର ଏହାକୁ ହୃଦୟଙ୍ଗମ କରି ସମ୍ମୁଖ କରନା ଯୋଦ୍ଧ। ଭାବେ ଘୋଷଣା କରିବା ପରେ ସାମ୍ବାଦିକ ମହଲ ରେ ଆନନ୍ଦ ପ୍ରକାଶ ପାଇଥିଲା। କରୋନା ରେ ଅକାଳ ବିୟୋଗ ହୋଇଥିବା ପରିବାର ଙ୍କୁ ସରକାର କ୍ଷତିପୂରଣ ଦେବେ ବୋଲି ଆଶା କରାଯାଉଥିଲା। ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସାମ୍ବାଦିକ ମାନେ କରାନା ଟୀକା ସୁବିଧାରେ ପାଇବେ ବୋଲି ଆଶା କରାଯାଉଥିଲା। ମାତ୍ର ଘୋଷଣାର ୨ ସପ୍ତାହ ଅତିକ୍ରମ ସତ୍ୱେ ଏହାର ସୁଫଳ ଆଶାନୁରୂପ ମିଳି ନ ଥିବା ଓ ୟୁ ଜେ ଅଭିଯୋଗ କରିଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓ ୟୁ ଜେ) ସଭାପତି ପ୍ରଭାତ ବେହେରା ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ପତ୍ର ପ୍ରେରଣ କରିଥିବା ଜଣାଯାଇଛି। ସେଥିରେ ସମ୍ବଲପୁର ଜିଲ୍ଲା ଦେଶରେ ହଟସ୍ପଟ୍ ଭାବେ ଚିହ୍ନିତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ବହୁ ଗ୍ରାମାଞ୍ଚଳ ସାମ୍ବାଦିକ ଓ ତାଙ୍କ ପରିବାର ଟୀକା କରଣ ପରି ସର୍ବନିମ୍ନ ସୁବିଧା ପାଇ ପାରି ନଥିବା ଦେଖାଯାଇଛି।
ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାରେ କରୋନା ପରିସ୍ଥିତି ଅଣାୟତ ହେଉଥିବାରୁ ଏହାର ନିୟନ୍ତ୍ରଣ ଦିଗରେ ତୁରନ୍ତ ସମସ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅଂଚଳରେ ପର୍ଯ୍ୟାପ୍ତ ପରୀକ୍ଷା ହେଉନଥିବା ଯୋଗୁଁ ରୋଗୀ ମାନେ ଦିନ ଦିନ ହସ୍ପିଟାଲ ଯାତାୟତ କରିବା ଯୋଗୁଁ ସଂକ୍ରମଣ ବୃଦ୍ଧି ହେଉଛି ଓ ବିଳମ୍ବରେ ପରୀକ୍ଷା ହେବା ରୁ ବହୁ ସ୍ଥଳେ ରୋଗୀ ଗୁରୁତର ହେଉଛି। ଆବଶ୍ୟକ ଚିକିତ୍ସା ଅଭାବରୁ ମୃତ୍ୟୁ ହାର ବୃଦ୍ଧି ଘଟୁଛି । ଏ ଦିଗରେ ସତର୍କ ସହ ବିହିତ ପଦକ୍ଷେପ ନେବାକୁ ସଂଘ ଦାବି କରିଛି I