-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ଟିଟିଲାଗଡ,(ପ୍ରେରଣା ଖବର): ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଭାଟିପଡା ଗ୍ରାମ ର ମିଥିଲା ସିଂ ନାମ୍ନୀ ଜଣେ ବୃଦ୍ଧା ବାରମ୍ବାର ଆବେଦନ, ନିବେଦନ କରି ଅସହାୟ ଅବସ୍ଥାରେ ପରିଣତ ବୟସରେ ପହଞ୍ଚି ସାରିଛନ୍ତି ହେଲେ ତାଙ୍କୁ ସରକାରୀ ବାର୍ଦ୍ଧକ୍ୟ ଭତ୍ତା ମିଳି ପାରୁ ନ ଥିବା ଅଭିଯୋଗ କରିଛନ୍ତି । ମିଥିଳା ସିଂ ନାମ୍ନୀ ଏହି ବୃଦ୍ଧା ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସହ ଅନେକ ଥର ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ଆସି ନିଜ ଗୁହାରି କରି ସୁଦ୍ଧା କେବଳ ଆଶ୍ୱାସନା ପାଇ ଚାଲିଛନ୍ତି । ଏପରି କି ସେ ଆଉ ଚାଲି ବୁଲି ପରିବା ଅବସ୍ଥାରେ ଆଉ ନ ଥିବା ବେଳେ କେତେବେଳେ ସେହି ସରକାରୀ ମାସିକ ଭତ୍ତାକୁ ଚାହିଁ ନିଜ ଜୀବନ ଟା ହରେଇଦେବେ ସେ ଦୁଃଖର
ସହ ପ୍ରକାଶ କରିଛନ୍ତି । ଏ ନେଇ ଵିଗତ ଦିନରେ ଟିଟିଲାଗଡ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଦାଇତ୍ୱ ରେ ଥିବା ଅଧିକାରୀ ସେ ତାଙ୍କ ବ୍ୟବସ୍ଥା ଖୁବଶୀଘ୍ର କାରିଦେବେ ବୋଲି ଆମ ନିକଟରେ ପ୍ରକାଶ କରି ଆଜିକୁ ବର୍ଷାଧିକ କାଳ ଅତିବାହିତ ହୋଇଯାଇଛି ସିନା ସେ ସହାୟତା ସାତ ସପନ ହୋଇ ରହିଛି । ଏ ନେଇ ଉକ୍ତ ବୃଦ୍ଧାଙ୍କୁ କିପରି ତାଙ୍କ ମାସିକ ଭତ୍ତା ମିଳିପାରିବ ସେ ନେଇ ବିଭାଗୀୟ ଉଚ୍ଚ ଅଧିକାରୀ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଜନସେବା ସଂଘ ତରଫରୁ ଦୃଢ଼ ଦାବୀ ପ୍ରକାଶ ପାଇଛି ।