-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
କଣ୍ଟାବାଞ୍ଜି:(ପ୍ରେରଣା ଖବର) ବର୍ତ୍ତମାନ କରୋନା ସମୟରେ ରକ୍ତର ଅଭାବ ଲାଗିରହିଥିବା ବେଳେ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରତିଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି।ରୋଗୀ ମାନଙ୍କୁ ରକ୍ତ ଦରକାର ପଡିଲେ ସୋସିଆଲ ମିଡ଼ିଆ ହେଉକି ଫୋନ କଲରେ ରକ୍ତଦାତାମାନେ ଖବର ପାଇ ସ୍ୱଇଛ୍ଛାରେ ଆସି ରକ୍ତଦାନ କରୁଛନ୍ତି।ଆଜି ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହୁଥିବା ବେଳେ ମଧ୍ୟ ରକ୍ତଦାତା ଗୋବର୍ଦ୍ଧନ ଭାଟି,ଯୁବରାଜ କୁଅଁର,ହିତେଶ ବେହେରା,ସଞ୍ଜୀବ ବାରିକ,ତୁଳାରାମ ମେହେର, କୈଳାଶ ଭୋଇ ଆଦି ଓ ପଜିଟିଭ, ଏ ପଜିଟିଭ, ଏବି ପଜିଟିଭ ଓ ବି ପଜିଟିଭ ରକ୍ତ ସାଧୁ ମଲ୍ଲିକ, ଉଡିଙ୍ଗ,ସଦାମନି ପୁଟେଲ,ଗଞ୍ଜାବାହାଲ,ପ୍ରଣବ ବେହେରା, ଖରିଆର,ଯାଜ୍ଞସେନୀ ଯାଲ,ମହଖଣ୍ଡ,ବାସନ୍ତୀ ମାଝୀ, ବରକାନୀ ଆଦିଙ୍କୁ ରକ୍ତ ଦେଇଥିଲେ।ରକ୍ତ ସଂଗ୍ରହ କରିବାରେ ସଂଗ୍ରାମ ତ୍ରିପାଠୀ, ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ସହଯୋଗ କରିଥିଲେ।ରକ୍ତଦାତାଙ୍କୁ ସାମ୍ବାଦିକ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିବା ବେଳେ ରକ୍ତ ଭଣ୍ଡାରର ଗୁରୁଵାରୁ ରଣା,ଶିବ ସାହୁ,କୁନାଲ ଦାସ ସହଯୋଗ କରିଥିଲେ।